Home କେନ୍ଦୁଝର ବଡଦିନ ଉପଲକ୍ଷେ ଗରିବ ଅସହାୟଙ୍କ କମ୍ବଳ ଓ ମଶାରୀ ବଣ୍ଟନ

ବଡଦିନ ଉପଲକ୍ଷେ ଗରିବ ଅସହାୟଙ୍କ କମ୍ବଳ ଓ ମଶାରୀ ବଣ୍ଟନ

25

ହାଟଡିହି-୨୬ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ପବିତ୍ର ବଡଦିନ ଉପଲକ୍ଷେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଗରିବ ଅସହାୟ ପରିବାରଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଛି । ବର୍ତ୍ତମାନ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ସମୟରେ ଅନେକ ଅସହାୟ ବ୍ୟକ୍ତି ଶୀତର ପ୍ରକୋପ ସହିନପାରି ଦୁର୍ବିସହ ଜୀବନ ବିତାଉଥିବାରୁ ଏହାକୁ ଲକ୍ଷରଖି ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ଶ୍ରୀଲେଖା ଜେନା, ଜ୍ୟୋତିପ୍ରକାଶ ଜେନା, ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ସୁଲଣ ଗ୍ରାମର ୫୨ଜଣଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.