Home ଓଡ଼ିଶା ସୁରମା ପାଢ଼ୀଙ୍କୁ ୪୪୦ର ଝଟକା !

ସୁରମା ପାଢ଼ୀଙ୍କୁ ୪୪୦ର ଝଟକା !

808

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ଲାଗିଛି ୪୪୦ର ଝଟକା।ବିଜେପି ଭିତରେ ତାଙ୍କ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଇରାନୀ ରାୟଙ୍କ ସ୍ୱାମୀ ଲାଲା ମନୋଜ ରାୟ ହୋଇଛନ୍ତି ନୟାଗଡ଼ ଜିଲ୍ଲା ସଭାପତି।ତେଣେ ସୁରମା ପାଢ଼ୀଙ୍କ ସମର୍ଥକ ମାନେ ସାମ୍ଭାବ୍ୟ ରାଜ୍ୟ ସଭାପତି ତାଲିକା ଭିତରେ ସୁରମାଙ୍କୁ ରଖୁଥିବା ବେଳେ ନିଜ ଜିଲ୍ଲାରେ ତାଙ୍କୁ ଏକ ଶକ୍ତ ଝଟକା ଲାଗିଛି ବୋଲି କୁହାଯାଉଛି।

ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସହ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ରହି ସାରିଛନ୍ତି।ତେଣୁ ତାଙ୍କର ଦଳ ଭିତରେ ଏକ ଗୁରୁତ୍ୱ ରହିଛି।ନରେନ୍ଦ୍ର ମୋଦୀ ବା ଅମିତ ଶାହାଙ୍କର ଓଡ଼ିଶା ସମାବେଶ କାର୍ଯ୍ୟକ୍ରମ ଗୁଡ଼ିକରେ କିମ୍ବା ଓଡ଼ିଶା ବିଜେପିର ସେମିତି କୌଣସି ବଡ଼ କାର୍ଯ୍ୟକ୍ରମ ଗୁଡ଼ିକରେ ଅନେକ ମହିଳା ନେତ୍ରୀ ଉପସ୍ଥିତ ଥିଲେ ମଧ୍ୟ ମଞ୍ଚ ଉପରେ କେବଳ ସୁରମା ପାଢ଼ୀ ମଞ୍ଚାସୀନ ହୋଇଥିବାର ଦେଖାଯାଏ।ଦଳ ଭିତରେ ନିଜର ସେତିକି ପ୍ରଭାବ ରଖି ପାରିଥିବା କାରଣରୁ ବାରମ୍ବାର ହାରି ମଧ୍ୟ ତାଙ୍କୁ ଟିକେଟ ମିଳି ଆସୁଛି।ବିଶେଷତଃ ନୟାଗଡ଼ ଜିଲ୍ଲାରେ ସେ ବିଜେପିର ମୁଖ୍ୟ ନେତୃତ୍ୱ ଭାବରେ ନିଜକୁ ଉପସ୍ଥାପିତ କରି ଆସୁଥିଲେ।ନୟାଗଡ଼ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମର ସେ ମୁଖ୍ୟ ଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁରମା ପାଢ଼ୀଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ି ଲାଲା ମନୋଜ ରାୟ ଏବଂ ତାଙ୍କ ପତ୍ନୀ ଇରାନୀ ରାୟ ବିଜେପିରେ ଯୋଗଦେଲେ।ହୁଏତ ସୁରମାଙ୍କ ଅଜାଣତରେ ସେହି ଦିନଠୁ ସୁରମା ପାଢ଼ୀଙ୍କ ପତିଆରା ହ୍ରାସର ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇଯାଇଥିଲା।ଇରାନୀ ନୟାଗଡ଼ ପାଇଁ ଟିକେଟ ଦାବିଦାର ଭାବରେ ବିଜେପିରେ ଯୋଗ ଦେଉଦେଉ ଖୁବ ଆକ୍ଟିଭ ହୋଇ କାମ କରି ଚାଲିଲେ।ସୁରମାଙ୍କୁ ସେ ସେତେ ଗୁରୁତ୍ୱ ନଦେଇ ନିଜ ଢଙ୍ଗରେ କାମ କରି ଚାଲିଲେ।କୁହାଯାଉଛି, ଏହାକୁ ସହଜରେ ହଜମ କରି ପାରିଲେନି ସୁରମା ପାଢ଼ୀ।ଧୀରେଧୀରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ି ଚାଲିଲା।ଏହି କାରଣରୁ “ମହିଳା ସୁରକ୍ଷା ଯାତ୍ରା” ସମୟରେ ଉଭୟଙ୍କ ମଧ୍ୟରେ ଟିକେ କେଁ-କଟର ହୋଇଥିବା କୁହାଯାଏ।ନୟାଗଡ଼ରେ କିମ୍ବା ମହିଳା ସୁରକ୍ଷା ଯାତ୍ରାରେ ସିନା ଇରାନୀଙ୍କୁ ସୁରମା ଅଣଦେଖା କଲେ, ସିଆଡ଼ୁ ତାଙ୍କ ନେତାଙ୍କ ନିର୍ଦ୍ଦେଶରେ କିନ୍ତୁ ରାଜ୍ୟ ଇରାନୀଙ୍କୁ ଗୁରୁତ୍ୱ ଦେଲା।ରାଜ୍ୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ, ମହିଳା ମୋର୍ଚ୍ଚା ରାଜ୍ୟପାଳଙ୍କୁ ଭେଟିବାକୁ ଗଲା ବେଳେ ଇରାନୀଙ୍କୁ ସାଥିରେ ନେଲା।ଏହାପରେ ନୟାଗଡ଼ ପାଇଁ ଟିକେଟ ମଧ୍ୟ ପାଇଗଲେ ଇରାନୀ ରାୟ।ଅବଶ୍ୟ ହାରିଗଲେ, କିନ୍ତୁ ସୁରମା ପାଢ଼ୀ ମଧ୍ୟ ତାଙ୍କ ହାରିବା ବଜାୟ ରଖିଲେ।ଆଉ ଏବେ ଇରାନୀଙ୍କ ସ୍ୱାମୀ ଲାଲା ମନୋଜ ରାୟ ହେଲେ ନୟାଗଡ଼ ଜିଲ୍ଲା ସଭାପତି।ଏବେ ଲାଲା ମନୋଜଙ୍କ ତତ୍ୱାବଧାନରେ ନୟାଗଡ଼ରେ ହେବ ବିଜେପି ସଙ୍ଗଠନ।ସୁରମାଙ୍କ ପତିଆରା ଗଲା।ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁରମା ପାଢ଼ୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ହୋଇଥିବା ବେଳେ ଲାଲା ଏବଂ ଇରାନୀଙ୍କୁ ଧର୍ମେନ୍ଦ୍ର ହିଁ ଦଳରେ ମିଶାଇଛନ୍ତି।୨୦୨୪ରେ ଟିକେଟ ତ’ ପରକଥା, ସୁରମାଙ୍କୁ ପୁଣି କ’ଣ ପଦପଦବୀ ମିଳୁଛି ନାଁ ନାହିଁ, ତାହା ତ’ ଦେଖିବାର ଅଛି।କିନ୍ତୁ, ଇରାନୀ ଆସିବା ପରେ ସୁରମା ପାଢ଼ୀଙ୍କୁ ଯେ ଏକ ୪୪୦ର ଝଟକା ଲାଗିଥିବା କୁହାଯାଉଛି।/-ଦେବଦତ୍ତ ରଥ

ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା: କହି ହେଉନି କି; ସହି ବି ହେଉନି !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.