Home ଓଡ଼ିଶା ବୃଦ୍ଧଙ୍କୁ ଝୁଣିଦେଲେ ୪ ଭାଲୁ

ବୃଦ୍ଧଙ୍କୁ ଝୁଣିଦେଲେ ୪ ଭାଲୁ

392

ପାଟଣା ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ଗ୍ରାମରେ ଭାଲୁ ଆକ୍ରମଣରେ ବୃଦ୍ଧ ବୁକା ନାଏକ ଗୁରୁତର ହୋଇଛନ୍ତି। ନିଜ କାଜୁ ବଗିଚାକୁ ଯାଇଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ୪ ଭାଲୁ ଆସି ବୁଦ୍ଧଙ୍କୁ ଆକ୍ରମଣ କରିଥିଲେ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବସୀଙ୍କ ସହାୟତାରେ ତାଙ୍କୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧଙ୍କର ସମ୍ବେଦନଶୀଳ ଅଙ୍ଗରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.