Home ଓଡ଼ିଶା ସୁରକ୍ଷିତ ଭାବେ କଫିନରେ ରଖାଯାଇଥିବା ମହିଳା କୈଦୀର ମୃତ ଶରୀରକୁ ୪ଦିନପରେ ନେଲେ ପରିବାର

ସୁରକ୍ଷିତ ଭାବେ କଫିନରେ ରଖାଯାଇଥିବା ମହିଳା କୈଦୀର ମୃତ ଶରୀରକୁ ୪ଦିନପରେ ନେଲେ ପରିବାର

112

ମାଲକାନଗିରି,୨୨ା୫ (ଓଡିଆ ପୁଅ )ଗତ୧୯ତାରିଖ ଦିନ ମାଲକାନଗିରି ଉପକାରାଗାର ରେ ମୀରା ସିଂ ନାମୀ ଜଣେ ବିଚାରଧିନ ମହିଳାକୈଦୀ ଙ୍କର ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା,ସେହି କଏଦୀ ଙ୍କ ଶବ ବ୍ୟବଛେଦ ପରେ ତାଙ୍କର ପରିବାର କେହି ମୃତ ଶରୀର ନେବାକୁ ଆସିନଥିବାରୁ ଉପକାରାଗର କର୍ତୁପକ୍ଷ ଏକ ସ୍ୱତନ୍ତ୍ର କଫିନ ତିଆରି କରି ଶବରଖି ସେଥିରେ ନାଫାଲିନ କ୍ୟାମିକାଲ ଓ ବରଫ ଖଣ୍ଡ ଦେଇ ସୁରକ୍ଷିତ ଅବସ୍ଥାରେ ଶବବ୍ୟବଛେଦ ଗୃହରେ ରଖିଥିଲେ । ଆଜି ଚାରିଦିନପରେ ବିହାର ପାଟନା ରୁ ସେହି ମହିଳାଙ୍କ ସ୍ୱମୀ ଗୋପାଳ ଶର୍ମା,ତାଙ୍କ ଝିଅ,ଭଉଣୀ ଓ ପରିବାର ଲୋକେ ଏକ ଶବ ନେବା ଆମ୍ବୁଲାନ୍ସ ଧରି ମାଲକାନଗିରିରେ ପହଁଚିଥିଲେ । ମାଲକାନଗିରି ଜେଲ ସୁପରିଟେଣ୍ଡେଟଂ ସଂଜୟ ବର୍ମା,ସହକାରି ଜେଲର ମକସୁଦ ଖାଁ ,ଜେଲ ଫାର୍ମାସିଷ୍ଟ ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଜେଲ କର୍ମାଚାରୀ ମାନେ ଶବବ୍ୟବଛେଦ ଗୃହରେ ରଖା ଯାଇଥିବା ମହିଳା କଏଦୀ ଙ୍କ କଫିନ କୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଛନ୍ତି । ଜଣେ କଏଦୀର ଶବକୁ ଦୀର୍ଘ ଚାରିଦିନ ଧରି ସୁରକ୍ଷିତ ଭାବେ ସାଇତି ରଖି ତାଙ୍କପରିବାର ଙ୍କୁ ହସ୍ତାନ୍ତର କରିଥିବାରୁ ମୃତା ମହିଳାଙ୍କ ସ୍ୱାମୀ ମାଲକାନଗିରି ଜେଲକର୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇ ପତ୍ନୀ ମୀରା ଙ୍କ ଶବ ବିହାର ପାଟନାକୁ ନେଇଯାଇଛନ୍ତି । ସୁଚନା ଥାଉକି ଝାଡଖଣ୍ଡ ବିହାର ଅଚଂଳର ମୀରା ସିଂ ନାମୀ ଜଣେମହିଳା ଗଜେଂଇ ଚୋରାଚାଲଣ କରିବା ଅଭିଯୋଗରେ ଗିରଫ ହୋଇ ଗତ ଡିସେମ୍ବର ମାସ ୨୬ତାରିଖରେ ମାଲକାନଗିରି ଉପକାରାଗାରରେ ବିଚାରଧିନ କୈଦୀ ଭାବେ ଥିଲେ । ଗତ୧୯ତାରିଖ ଅପରାହ୍ନରେ ହଟାତ ତାଙ୍କର ଛାତିରେ ଯନ୍ତ୍ରଣାହେବାରୁ କାରାଗାର କର୍ତୁପକ୍ଷ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ସମୟରେ ମିରାଙ୍କର ମୃତ୍ୟୁ ଘଠିଥିଲା । ତାଙ୍କ ପରିବାର ନିକଟରେ ନଥିବାରୁ ଶବ ବ୍ୟବଛେଦ ପରେ ଜେଲ କର୍ତୁପକ୍ଷ ଏକ ସ୍ୱତନ୍ତ୍ର କଫିନ ନିର୍ମାଣକରି ସେଥିରେ ସୁରକ୍ଷିତ ଭାବେ ମହିଳାଙ୍କ ଶବକୁ ସାଇତି ରଖି ବିହାର ପାଟନା ରେ ରହୁଥିବା ତାଙ୍କ ସ୍ୱାମୀଙ୍କୁ ପତ୍ନୀଙ୍କ ଶବ ନେଇଯିବା ପାଇଁ ଜଣାଇଥିଲେ । ଆଜି ମହିଳା ଙ୍କ ସ୍ୱାମୀ ଓ ତାଙ୍କ ପରିବାର ପହଁଚି ଶବ ନେଇଯାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.