Home ଅପରାଧ ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଥାନାରେ...

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

290

କେନ୍ଦୁଝର, ତା ୨୨ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିରବରପୁର ନୂଆଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଯୁବକ ଜଣଙ୍କ ହେଲେ ମକାପୁଡା ଗାଁର ପରମେଶ୍ବର ମହାନ୍ତ। ଗତକାଲି ସନ୍ଧ୍ୟାରୁ ଯୁବକ ଜଣଙ୍କ ନିଖୋଜ ଥିବା ବେଳେ ଆଜି ତାଙ୍କ ପ୍ରେମିକାଙ୍କ ଘର ପଛପାଖ ଏକ ମହୁଲ ଗଛରେ ଯୁବକଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରମେଶ୍ବର ବିବାହିତ ଥିଲେ ମଧ୍ୟ ବିରବରପୁର ନୂଆଗାଁରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଆଗରୁ ତିକ୍ତତା ମଧ୍ୟ ରହି ଆସିଥିଲା। ତେବେ ମଝିରେ ଏନେଇ ତେଲକୋଇ ଥାନାରେ ଦୁଇ ପରିବାର ମଧ୍ୟରେ ମିଳାମିଶା ହୋଇଥିଲା। ଏଘଟଣାକୁ ନେଇ ପରମେଶ୍ବରଙ୍କ ପରିବାର ପକ୍ଷରୁ ପରମେଶ୍ବରଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.