Home ଓଡ଼ିଶା ସୁନା ରୁପା ଡକାୟତି ଅଭିଯୋଗ ରେ ୩ ଯୁବକ କୋର୍ଟ ଚାଲାଣ ନୟାଗଡ ଏସ୍ ପି...

ସୁନା ରୁପା ଡକାୟତି ଅଭିଯୋଗ ରେ ୩ ଯୁବକ କୋର୍ଟ ଚାଲାଣ ନୟାଗଡ ଏସ୍ ପି ଙ୍କ ସୂଚନା

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୭- ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଙ୍କ ଯୋଗଦାନ ପରେ ରଣପୁର ଥାନା ରେ ପ୍ରଥମ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକାଇ ସୁଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ ଏକ ଡକାୟତି ଅଭିଯୋଗ ରେ ନୟାଗଡ ସଦର ଥାନା ପଦ୍ମପୁର ଗ୍ରାମ ର ବିଜୟ କୁମାର ରାଉତ, ଖଣ୍ଡୁ ଗାଁ  ର ସୁଶାନ୍ତ ପ୍ରଧାନ , ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଘୋରଡିଆ ଗ୍ରାମ ର ସନ୍ତୋଷ କୁମାର ସାହୁ କୁ ଡକାୟତି ଅଭିଯୋଗ ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ସୁନା ରୁପା ବ୍ୟବସାୟୀ ଶଂଖେଇ ଅରୁଣ କୁମାର ସାହୁ ଙ୍କ ଠାରୁ ଗତ ଜୁନ୍ ୨୧ ତାରିଖ ରେ ସକାଳ ୮.୩୦ ମିନିଟ୍ ସମୟରେ ରଣପୁର ଥାନା ଗୋଡିମଡା ଗ୍ରାମ ନିକଟରେ ଭୁଜାଲି ଦେଖାଇ ୩ ଜଣ ଯୁବକ ୧୫୦ ଗ୍ରାମ ସୁନା  ,୨ କେଜି ୫୦୦ ଗ୍ରାମ ରୂପା ଲୁଟ ହୋଇଥିଲା ।

ଅଭିଯୋଗକାରୀ ଅରୁଣ କୁମାର ସାହୁ ଙ୍କର ମା ଙ୍କ ର ଦେହ ଅସୁସ୍ଥତା ଯୋଗୁଁ ବିଳମ୍ବ ରେ ଜୁନ୍ ୨୯ ତାରିଖ ରେ ରଣପୁର ଥାନା ରେ ଅଭିଯୋଗ ହୋଇଥିଲା । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ସରଣକୁଳ ଉପଖଣ୍ଡିୟ ପୋଲିସ ଅଧିକାରୀ ଏସ୍‌. ଟପୋ ନୟାଗଡ ଆରକ୍ଷୀ ଅଧିକାରୀ ଙ୍କ ନିର୍ଦେଶ ଅନୁଯାଇ ଥାନା ରେ ଏକ ଡକାୟତି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ମାନଙ୍କୁ ସେମାନଙ୍କ ବାସ ଭବନ ରୁ ଗିରଫ କରିବା ସହ ଅଭିଯୁକ୍ତ ମାନଙ୍କ ଠାରୁ ୧୪୯ ଗ୍ରାମ ସୁନା ଅଳଙ୍କାର , ୨୪୬୦ ଗ୍ରାମ ରୂପା ଅଳଙ୍କାର , ଏକ ଭୁଜାଲି ଓ ଡକାୟତି ରେ ବ୍ୟବହୃତ ବାଜାଜ ପଲସର ଗାଡି ଓ.ଡି.୨୫ଜେ ୫୬୧୪ କୁ ଜବତ କରିଥିବା ଜଣାପଡିଛି । ଅନ୍ୟତମ ଅଭିଯୁକ୍ତ ନୟାଗଡ ସଦର ଥାନା ପଦ୍ମପୁର ଗ୍ରାମର ବାବୁ ରାଉତ ଫେରାର ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହରବାରୁ ରଣପୁର ଜେଲ ହାଜତ କୁ ଅଭିଯୁକ୍ତ ମାନଙ୍କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.