Home ଓଡ଼ିଶା ଘୁର୍ଣ୍ଣି ଝଡ ରେ ବାସହରା ୩ ଆଦିବାସୀ ପରିବାର

ଘୁର୍ଣ୍ଣି ଝଡ ରେ ବାସହରା ୩ ଆଦିବାସୀ ପରିବାର

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୭- ରାଜ୍ୟ ଓ କେନ୍ଦ୍ର ସରକାର ଭୁମିହୀନ ମାନଙ୍କୁ ଭୂମି ,ବାସହୀନ ମାନଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାନ କରି ଚାଲିଛନ୍ତି । କିନ୍ତୁ ଯୋଜନା ର ବ୍ୟବସ୍ଥା ମଧ୍ୟରେ କେଉଁଠି ଗଳିଆ ବାଟ ରହି ଯାଉଛି କେଜାଣି ବୂମିହୀନ ମାନେ ଭୂମି ଓ ବାସହୀନ ମାନେ ବାସଗୃହ ପାଇବାରୁ ବଂଚିତ ହେଉଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ସୁରୁକାବାଡି ଆଦିବାସୀ ଗ୍ରାମ ରେ । ରାଜ ରାଜୁଡା ଅମଳ ରୁ ମଠ ବାଡି ରେ କାର୍ଯ୍ୟ କରୁଥିବା ଆଦିବାସୀ ମାନେ ସୁରୁକାବାଡି ମୈାଜା ର ଦେବୋତ୍ତର ଜାଗା ରେ କଚ୍ଚା ଘର କରି ରହି ଆସୁଛନ୍ତି । ଗତ ଜୁନ୍ ୩୦ ତାରିଖ ଅପରାହ୍ନ ୪ ଟା ୩୦ ମିନିଟ୍ ସମୟରେ ଏକ ଘୁର୍ଣ୍ଣି ଝଡ ସେମାନଙ୍କ ପରିବାର କୁ ବିପଦ ଆଣିଥିଲା ।

ଗ୍ରାମର ଓ ଆଖ ପାଖ ଅଂଚଳ ର ବହୁ ଗଛପତ୍ର ଘର ଭାଙ୍ଗିବା ସହ ୩ ଟି ପରିବାର କୁ ବାସହରା କରିଦେଇଛି । ସେ ୩ ଟି ପରିବାର ହେଲେ ସୁରୁବାଡି ଗ୍ରାମ ର ମହେଶ୍ୱର ନାୟକ , ଚୈତନ୍ୟ ନାୟକ ଓ ଦୈନ ନାୟକ । ଘର ର ମୁରବି ଘରେ ନଥିଲା ବେଳେ ଘର ଭିତରେ ଘୁର୍ଣ୍ଣି ଝଡ ରୁ ରକ୍ଷା ପାଇବା ପାଇଁ ପିଲା ଛୁଆ ଙ୍କୁ ଧରି ମହିଳା ମାନେ ଘରେ ରହିଥିଲେ । କିନ୍ତୁ ଘୁର୍ଣ୍ଣି ଝଡ ଘର ଛପର ଉଡାଇ ଦେବା ସହ ମାଟି କାନ୍ଥ ଭାଙ୍ଗି ପଡିଥିଲା । ଯାହାଫଳ ରେ ମହିଳା ମାନେ ଓ ପିଲା ଛୁଆ ମାନେ ଜୀବନ ବଂଚାଇବା ପାଇଁ ଅନ୍ୟ ଘରେ ଆସ୍ରୟ ନେଇଥିଲେ । ଏ ସର୍ମ୍ପକେ ଆମ ପ୍ରତିନିଧି ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ସହ  ଯୋଗାଯୋଗ କରିବା ପରେ ସରକାର ଙ୍କ ତରଫରୁ ଅସ୍ଥାୟୀ ରହଣି ପାଇଁ ପଲିଥିନ୍ ଯୋଗାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଭୂମିହୀନ  ବାସହୀନ ଏହି ୩ ପରିବାର ବର୍ଗ ଙ୍କୁ ସହାୟତା ଯୋଗଇ ଦେବା ପାଇଁ କ୍ଷତି ଗ୍ରସ୍ତ ମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.