Home ଜିଲ୍ଲା ପରିକ୍ରମା ଗୁଆମାଳ ବୀଣାପାଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ, ପ୍ରକୃତ ଶିକ୍ଷା ସମସ୍ତଙ୍କୁ ଆପଣାର କରିବାରେ...

ଗୁଆମାଳ ବୀଣାପାଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ, ପ୍ରକୃତ ଶିକ୍ଷା ସମସ୍ତଙ୍କୁ ଆପଣାର କରିବାରେ ସହାୟତା କରିଥାଏ : ରାଜ୍ୟପାଳ

31

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ ଗୁଆମାଳ ସ୍ଥିତ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସଭା ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପ୍ରକୃତ ଶିକ୍ଷା ସମସ୍ତଙ୍କୁ ଆପଣାର କରିବାରେ ସହାୟତା କରିଥାଏ । ଯାହା ମଣିଷ ଚାହୁଁଥାଏ ତାହା ମିଳେ ନାହିଁ । ଯାହା ମଣିଷ ଚାହୁଁ ନଥାଏ ତାହା ଯଦି ମିଳି ଯାଏ ସେ ହିଁ ପ୍ରକୃତ ଶିକ୍ଷା । ପ୍ରତ୍ୟେକ ମଣିଷ ଘୃଣା ଓ ମୋହକୁ ପରିତ୍ୟାଗ କରି ମାଟି ପ୍ରତି ସମର୍ପିତ ହେବାକୁ ମଧ୍ୟ ପ୍ରକୃତ ଶିକ୍ଷା ବୋଲି କହିଥିଲେ । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଯୋଗ ଦେଇ ପୂର୍ବ ଭାରତର ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବ ସମସ୍ତଙ୍କୁ ଏକତ୍ର କରିବାରେ ମାଧ୍ୟମ ହୋଇଥାଏ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ସମ୍ପାଦକ ଶିକ୍ଷକ ସନାତନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପଣ୍ଡିତ ବସନ୍ତ କୁମାର ଆଚାର୍ଯ୍ୟ ବେଦ ପାଠ କରିଥିଲେ । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ଗ୍ରନ୍ଥ ‘ଶ୍ୱେତାମ୍ବରା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

ପ୍ରାରମ୍ଭରେ ସ୍କୁଲ ପରିସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ଫଳକ ଓ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ସଦନକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି କାର୍ଯ୍ୟକାରୀ ସଭାପତି ତାପସ ପାଠୀ ମହାମହିମ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ପୁରାତନ ଶିକ୍ଷକ ଉଦୟନାଥ ପାଢ଼ୀ, ୰ଉତ୍ସବାନନ୍ଦ ସାମଲ, ୰ଶତ୍ରଘ୍ନ ସାହୁ, ଧୀରେନ କୁମାର ସାହୁ, ଶରତ ଚନ୍ଦ୍ର ବିଶ୍ୱାଳ, ବିନୟ କୁମାର ପଣ୍ଡା, ଗଦାଧର ଗାହାଣ, ଦୟାନିଧି ରାଉତ, ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସକାଳେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଓ ଗଣ ଦୌଡ଼ ସହିତ ସୁବର୍ଣ୍ଣ ଜୟନ୍ତୀ ପତାକା ଉତ୍ତୋଳନ କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଚିକିତ୍ସା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ପ୍ରତୀକ କୁମାର ସାହୁ, ବିଡିଓ ଜ୍ୟୋତିର୍ମୟ କର, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ଓ ରୁଜାତା ପଣ୍ଡା, ସରପଞ୍ଚ ମାମିନା ଜେନା, ସମିତିସଭ୍ୟା ପୁଷ୍ପାଞ୍ଜଳି ବେହେରା, କବି ଦୀନବନ୍ଧୁ ପତି, ସମାଜସେବୀ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସୁରେଶ ମହାନ୍ତି, ଯୁବନେତା ସୁଧନ୍ୱା ନାୟକ ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ଉପସଭାପତି ହରେକୃଷ୍ଣ ଜେନା, ସହସମ୍ପାଦକ ଅଜୟ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଶାନ୍ତ ଖୁଣ୍ଟିଆ, ମିଡିଆସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ରାଉତ, ଶିକ୍ଷାବିତ୍ ଦେବବ୍ରତ ତ୍ରିପାଠୀ, ପ୍ରଦୀପ ଜେନା, ଜନାର୍ଦ୍ଦନ ତ୍ରିପାଠୀ, ଧୀରେନ କୁମାର ବେହେରା, ରମେଶ ଚନ୍ଦ୍ର ନାୟକ, ଭାଗବତ ପ୍ରଧାନ, ସୁଧାଂଶୁ ପାଣିଗ୍ରାହୀ, ଭରତ ଚନ୍ଦ୍ର ସାହୁ, ପର୍ଶୁରାମ ପାଣିଗ୍ରାହୀ, ଦିପ୍ତୀକାନ୍ତ ଖୁଣ୍ଟିଆ, ମାନସ ପାଠୀ, ରଣଜିତ୍ ଜେନା, ପ୍ରମୋଦ ନାୟକ, ଅତୁଲ କୁମାର ବେହେରା, ଭକ୍ତହରି ଜେନା, କାର୍ତ୍ତିକ ତ୍ରିପାଠୀ ପ୍ରମୁଖଙ୍କ ସମେତ ସ୍କୁଲରଯ ଶିକ୍ଷକ, ଶିକ୍ଷୟିତ୍ରୀ, ବର୍ତ୍ତମନା ଓ ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜଳପରିମଳ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶେଷରେ ସ୍କୁଲ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.