Home Top News ସୁନାମ ଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କରୋନାରେ ପରଲୋକ

ସୁନାମ ଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କରୋନାରେ ପରଲୋକ

134
ଛତିଆ, ୬।୬ (ଓଡ଼ିଆ ପୁଅ/ଶରତ ନାୟକ) – ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ ହଷ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଅବସ୍ଥା ଅଧିକ ଖରାପ ହେବା ସହିତ ରବିବାର ଦିନ ସେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ତ୍ରିପାଠୀଙ୍କ ଘର ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ଅଞ୍ଚଳ ନେଳିଆ ଶାସନରେ।
ସେ ବହୁ ବର୍ଷ ହେଲା ଅଞ୍ଚଳରେ ଜଣେ ବିଶିଷ୍ଟ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇ ସୁନାମ ଅର୍ଜନ କରିଥିଲେ। ମାନସ ଚକ୍ର ଉପାଧି ପାଇବା ସହିତ ପ୍ରାର୍ଥନା ଚାନେଲ ସହିତ ବିଭିନ୍ନ ଚାନେଲରେ ପ୍ରବଚନ ଦେଇ ଆସୁଥିଲେ।
ତାଙ୍କର ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଏନେଇ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜନ୍ମଜୟ ଲେଙ୍କା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ପୁର୍ବତ୍ତନ ଅଧ୍ୟକ୍ଷ ପ୍ରହ୍ଲାଦ ନନ୍ଦ, କୈଳାସ ରାଉତ, କଂଗ୍ରେସର କ୍ଯାପ୍ଟେନ ନେତା ରାଜନାରାୟଣ ମହାପାତ୍ର ବିଜେପିର ଅମର ନାୟକ,ରମେଶ ପୃଷ୍ଟି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.