Home ଜିଲ୍ଲା ପରିକ୍ରମା କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ସିଏମଆରଏଫରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ସିଏମଆରଏଫରୁ ଆର୍ଥିକ ସହାୟତା ପ୍ରଦାନ

33

କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ) ଅତି ଦୟନୀୟ ଅବସ୍ଥାରେ ଥିବା  କୋରାପୁଟ ପୌରାଂଚଳ ଡିଏନକେ କଲୋନୀର ହେମଲତା ନାୟକ ନାମ୍ନୀ ବିଧବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁନର୍ବାସ ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କ ଅନୁମୋଦନ  କ୍ରମେ  ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପ୍ରକାଶ ଚନ୍ଦ୍ର ସାମଲ ଚେକ ପ୍ରଦାନ କରିଛନ୍ତି । ସେହିପରି କୋଲାବ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣେ ଶିଶୁର  ବାପା ଖପରାପୁଟ ଗ୍ରାମର ଗୁରୁ ଗୁଣ୍ଠାକୁ ମଧ୍ୟ  ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି । କୋରାପୁଟ ସାଂସଦ ପ୍ରତିନିଧି ବାବୁଲା ବେନ୍ୟା,ପୂର୍ବତନ ଜିଲା ପରିଷଦ ସଦସ୍ୟ ଜଗଦିଶ ଖୋସ୍ଲା ଓ ବ୍ଲକ କଂଗ୍ରେସ ସଭାପତି ରମେଶ ବାଙ୍କିଆଙ୍କ ଉପସ୍ଥିତିରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ ସହାୟତା ରାଶି ଚେକ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.