Home କେନ୍ଦୁଝର ଅଁରା ଗାଁରେ ସମାଧାନ ବୈଠକ ବେଳେ ଗୋଷ୍ଠୀ ସଂଘର୍ଷ, ୩ଆହତ

ଅଁରା ଗାଁରେ ସମାଧାନ ବୈଠକ ବେଳେ ଗୋଷ୍ଠୀ ସଂଘର୍ଷ, ୩ଆହତ

40

ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ଗତବର୍ଷ ବାଡିରେ କୁକୁଡା ପସିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଗତକାଲି ରାତିରେ ପୁନର୍ବାର ଅନ୍ୟ ଏକ ବିବାଦର ସମାଧାନ ବୈଠକ ଚାଲିଥିବାବେଳେ ଗୋଷ୍ଠୀ ସଂଘର୍ଷ ଘଟି ତିନିଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ସକାଳେ ପୁର୍ବ ବର୍ଷ ଗୋଷ୍ଠୀ ସଂଘର୍ଷରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଆନନ୍ଦ ନାୟକଙ୍କ ଜଣେ ସମ୍ପର୍କୀୟ ଗାଁ ମୁଣ୍ଡକୁ ଯାଇଥିବାବେଳେ ବିପକ୍ଷ ଗୋଷ୍ଠୀର ଜଣେ ବାଳକ ସହିତ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ରାତିରେ ଏନେଇ ଗାଁର ଭଦ୍ରବ୍ୟକ୍ତି ମାନଙ୍କୁ ନେଇ ବିବାଦର ସମାଧାନ ପାଇଁ ବୈଠକ ଚାଲିଥିବାବେଳେ ଆନନ୍ଦ ନାୟକଙ୍କ ସମ୍ପର୍କୀୟ ମାନେ ଏଥିରେ ରାଜି ହୋଇ ନଥିଲେ । ଏହାକୁନେଇ ପରଷ୍ପର ଭିତରେ କଥାକଟାକଟି ହେବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏପରିକି ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ଘରେପସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଗ୍ରାମର ସମ୍ବିତ ନାୟକ, ମାନସ ନାୟକ ଆହତ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀର ପ୍ରଶାନ୍ତ ଜେନା ଆହତ ହୋଇଥିବା ଜଣାଯାଇଛି । ଏନେଇ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ହେବାପରେ ପୁଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.