Home କୋରାପୁଟ ସୁନାବେଡା ଭଞ୍ଜ ସଂସଦ ପକ୍ଷରୁ ଚାରାରୋପଣ

ସୁନାବେଡା ଭଞ୍ଜ ସଂସଦ ପକ୍ଷରୁ ଚାରାରୋପଣ

36

କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ) ସୁନାବେଡା  ମିଗନଗରୀସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ଚିକାପାର ଶିବ ମନ୍ଦିରର ପ୍ରବେଶ ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟାପକ ଚାରାରୋପଣ କରାଯାଇଥିବା ଜଣାପଡିଛି ।ସୁନାବେଡା ହାଲର ଉପ ମହାପ୍ରବନ୍ଧକ ମନୋରଞନ ମହାକୁଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣର ଉପକାରିତା ସଂପର୍କରେ ଆଲୋକପାତ କରିବା ସହ ଭଞ୍ଜ ସଂସଦର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ।ଭଞ୍ଜ ସଂସଦର ସଭାପତି ଲକ୍ଷ୍ମି ନାରାୟଣ ଗୈାଡଙ୍କ ସମେତ ବରିଷ୍ଠ କର୍ମକର୍ତା ଦେବହରି ସାହୁ, ଯୋଗେନ୍ଦ୍ର ପ୍ରଧାନ,ଭଗବାନ ସ୍ୱାଇଁ,ବିଜୟ କୁମାର ପାତ୍ର,ସନ୍ତୋଷ କୁମାର ସାହୁ, ବନେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇପିଜୁଳି,ଅଁଳା,ଆମ୍ବ,ଲେମ୍ବୁ,ନିମ୍ବ,ହରଡା,ବାହାଡା, ବେଲ ଆଦି ବିଭିନ୍ନ କିସମର ଚାରା ରୋପଣ କରିଥିଲେ ।ଭଞ୍ଜ ସଂସଦ ପକ୍ଷରୁ ଚିକାପାର ଶିବ ମନ୍ଦିରର ଶୋଭାବର୍ନ୍ଧନ ନିମନ୍ତେ ପ୍ରବେଶ ଦ୍ୱାରରେ ଏକ ବିଶାଳ ତୋରଣ ନିର୍ମାଣ କରାଯାଇଥିବା ଜଣାପଡିଛି ।ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜ ସଂସଦର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ଲଲିତ କୁମାର ଦୋରା,ପ୍ରଦୀପ ନାୟକ,ବାବୁଲି ମହାନ୍ତି,ଗୋବିନ୍ଦ ବଲ୍ଲଭ ପାଢୀ,ଶେଖ ଇବ୍ରାହିମ,ସନ୍ୟାସୀ ଜେନା,ସୁରେଶ କୁମାର ପାତ.ଦିବ୍ୟଜ୍ୟୋତି ମହାପାତ୍ର.ରାହୁଲ ଦୋରା,କ୍ଷିରୋଦ ଚନ୍ଦ୍ର ବେହେରା ପ୍ରମୁଖ ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.