Home କୋରାପୁଟ ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

64

କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ)ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସହରାଂଚଳ ଆଶ୍ରୟ ସ୍ଥଳୀ ,ସେମିଲିଗୁଡା କଲ୍ୟାଣ ମଣ୍ଡପ, ଗଞାମ କଲୋନୀରେ ଶୈାଚାଳୟ ଓ ଆଇ ଲଭ ସୁନାବେଡା ପ୍ରକଳ୍ପଗୁଡିକ ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ  ଓ ରାଜ୍ୟ ବିହ୍ନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ  ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ  କୋରାପୁଟ ଉପଜିଲ୍ଲାପାଳ ତଥା  ସୁନାବେଡା ପୈାର ପ୍ରଶାସକ  ଲଲିତ କୁମାର କହଁର,ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର , କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ନାୟକ ,ଗୋଷ୍ଠୀ ସଂଯୋଜକ ଚିତ ରଂଜନ ସାହୁ ଓ ପରିଷଦର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନାବେଡା ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ,ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଲତା ରାୟ , ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଭରତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.