Home କୋରାପୁଟ       ସେମିଲିଗୁଡା ପୋଲିସ ଦ୍ୱାରା ୨୫ ଲକ୍ଷ ଟଙ୍କାର  ଗଞେଇ ଜବତ,୨ ଗିରଫ

      ସେମିଲିଗୁଡା ପୋଲିସ ଦ୍ୱାରା ୨୫ ଲକ୍ଷ ଟଙ୍କାର  ଗଞେଇ ଜବତ,୨ ଗିରଫ

59

କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ) ସେମିଲିଗୁଡା ପୋଲିସ ଦ୍ୱାରା  ଖରାଗୁଡାରୁ ଏକ ପିକଅପ ଭ୍ୟାନରୁ ୨୫ ଲକ୍ଷ  ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ  ଦୁଇଜଣ  ପାଡୁଆ  ଅଂଚଳର ସରୋଜ କୁମାର ମହାନ୍ତି ଓ ଶେକ ଅଲ୍ଲୀ ବୋଲି ଜଣା ପଡିଛି  ।  ଓଡିଶା-ଆନ୍ଧ୍ର ସୀମାନ୍ତ ଅଂଚଳରୁ  ମହାରାଷ୍ଟ୍ରକୁ  ଓଡି-୧୦ ଏଲ୍ ୮୫୯୪  ନମ୍ବର ଥିବା  ଏକ ଭ୍ୟାନରେ  ନନ୍ଦପୁରରୁ ସେମିଲିଗୁଡା ଆଡକୁ ଗଞେଇ  ଚୋରା ଚାଲାଣ ହେଉଥିବା ସୂଚନା ସେମିଲିଗୁଡା ଥାନା ଅଧିକାରୀ  କ୍ଷୀରେଶ୍ୱର ସାହୁ ପାଇଥିଲେ । ସୂଚନା ଅନୁଯାୟୀ ଥାନା ଅଧିକାରୀ ଶ୍ରୀ  ସାହୁଙ୍କ  ନିର୍ଦ୍ଦେଶରେ ମହିଳା ସବ-ଇନସପେକ୍ଟର ଅନୀତା ନାୟକ ପୋଲିସ ଟିମ ସହ  ଖରାଗୁଡା ଛକରେ  ନାକାବନ୍ଦୀ କରିଥିଲେ । ଗଞେଇ  ନେଇ ଯାଉଥିବା  ଉକ୍ତ ଭ୍ୟାନ ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ  ଗାଡିରେ  କରାଯାଇଥିବା ସ୍ୱତନ୍ତ୍ର  ଚାମ୍ବରରେ ରଖା ଯାଇଥିବା ୨ କିଲୋ ଓଜନର ୧୨୫ ପେକେଟରୁ  ୨୭୬  କିଲୋ ଗଞେଇ  ମିଳିଥିଲା । ପୋଲିସ ଟିମ ଅତିରିକ୍ତ ତହସିଲଦାର ତଥା ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଦେବବ୍ରତ କରାତିଙ୍କ  ଉପସ୍ଥିତିରେ   ଗଞେଇ   ଜବତ କରିଥିଲା ।  ଜବତ ଗଞେଇର  ମୂଲ୍ୟ ପ୍ରାୟ ୨୫  ଲକ୍ଷ ଟଙ୍କା  ହେବ ବୋଲି  ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.