Home ଅପରାଧ ଭଦ୍ରକରେ ଯୁବତୀ ଆତ୍ମହତ୍ୟା ଘଟଣା: ନ୍ୟାୟ ଦାବୀରେ ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଭଦ୍ରକରେ ଯୁବତୀ ଆତ୍ମହତ୍ୟା ଘଟଣା: ନ୍ୟାୟ ଦାବୀରେ ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ୍ ଶୋଭାଯାତ୍ରା

73

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ସ୍ଥିତ ନାଥ ସାହିର ଜଣେ ଯୁବତୀ ଦୋକାନକୁ ଚକଲେଟ କିଣିବାକୁ ଯାଇଥିବା ବେଳେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ବ୍ୟକ୍ତି ସେକ୍ ମୁସକିମ ତାଙ୍କୁ ଦୋକାନ ଭିତରକୁ ଟାଣି ନେଇ ଅସଦାଚରଣ କରିଥିଲା। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ପୁରୁଣା ବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ୍ ମୁସକିମଙ୍କୁ ଗିରଫ କରାଯାଇଥିଲା। ତେବେ, ପୁଲିସର କୋହଳ ମନୋଭାଗ ଯୋଗୁଁ ଅଭିଯୁକ୍ତ ଜେଲ୍ ଯାଇ ବେଲରେ ଆସିବାପରେ ବାପ – ପୁଅ ମିଶି କେସ୍ ଉଠାଇବା ନେଇ ଯୁବତୀଙ୍କୁ ଧମକ ଚମକ ଦେଲେ। ଅପବାଦ ସହି ନପାରି ଯୁବତୀ ଜଣଙ୍କ ଶେଷରେ ଆତ୍ମହତ୍ୟା କରିଥିଲେ। ଏନେଇ ଭଦ୍ରକ ସହରରେ ଅସନ୍ତୋଷ ଦେଖାଦେଇଛି। ପୋଲିସର ଧିମା କାର୍ଯ୍ୟାନୁଷ୍ଠାନ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି। ଏହାକୁ ନେଇ ଯୁବତୀଙ୍କୁ ନ୍ୟାୟ ଦାବୀରେ ତଥା ଯୁବତୀଙ୍କ ମୃତ୍ୟୁର କାରଣ ସାଜିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ବନ୍ତ ଛକଠାରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ଉମାମଣି ସାହୁ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ଚୈତାଳୀ ଖିଲାର, ବିଷ୍ଣୁପ୍ରିୟା ଲେଙ୍କା, ସ୍ୱାଗତିକା ସାହୁ, କୋଷାଧ୍ୟକ୍ଷା ବିଷ୍ଣୁପ୍ରିୟା ଜେନା, କାର୍ଯ୍ୟାଳୟ ସମ୍ପାଦିକା ସ୍ମୃତିରେଖା ଦାସ, ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର, ମଣ୍ଡଳ ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀଙ୍କ ସମେତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଯୁବନେତା ବୃଷଭାନୁ ସାହୁ, ସବୀର ଦାସ, ବିଜୟ ନାୟକ ପ୍ରମୂଖ ଯୋଗ ଦେଇଥିଲେ। ମା’କୁ ସମ୍ମାନ କଥା କହୁଥିବା ନବୀନ ସରକାରଙ୍କ ପାଇଁ ଭଦ୍ରକ ଜିଲ୍ଲାର ଏହି ନିରୀହ ଝିଅଟିର ଜୀବନର ମୂଲ୍ୟ କ’ଣ କିଛି ନାହିଁ ବୋଲି ପ୍ରଶ୍ନ କରିବା ସହ ଯୁବତୀଙ୍କ ମୃତ୍ୟୁର କାରଣ ସାଜିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ତୀବ୍ର କରିବ ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ଚେତାବନୀ ଦେଇଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.