Home ଓଡ଼ିଶା ସୀମାନ୍ତ ମୋଟୁ ସେତୁ ରାସ୍ତାଦେଇ ପ୍ରବାସୀ ଶ୍ରମିକଙ୍କ ସୁଅଛୁଟୁଛି,ଜିଲ୍ଲାପାଳ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କଲେ

ସୀମାନ୍ତ ମୋଟୁ ସେତୁ ରାସ୍ତାଦେଇ ପ୍ରବାସୀ ଶ୍ରମିକଙ୍କ ସୁଅଛୁଟୁଛି,ଜିଲ୍ଲାପାଳ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କଲେ

114

ମାଲକାନଗିରି,୧୫ା୫(ଓଡିଆ ପୁଅ) ସୀମାନ୍ତ ମୋଟୁ ସେତୁ ରାସ୍ତା ପାଲଟି ଯାଇଛି ଆନ୍ତର୍ଜାତୀୟ ପ୍ରବେଶ ପଥ, ଏହି ରାସ୍ତା ଦେଇ ପ୍ରବାସୀ ଓଡିଆ ମାନଙ୍କ ସହ ଅନ୍ୟରାଜ୍ୟର ଶ୍ରମିକ ମାନଙ୍କ ସୁଅଛୁଟିବାରେ ଲାଗିଛି,ଇତି ମଧ୍ୟରେ ସାବେରୀ.ସୁଲେରୁ ନଦୀପାର ହୋଇ ପ୍ରାୟ୧୨ହଜାରରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ମୋଟୁ ରାସ୍ତା ଦେଇ ଜିଲ୍ଲାକୁ ପ୍ରବେଶ କରି ସାରିଲେଣି । ମୋଟୁ ସେତୁ ପ୍ରବାସୀ ଶ୍ରମିକମାନଙ୍କ ବିଶ୍ରାମ ସ୍ଥଳ ଓ ଘରବାହୁଡାର ରାସ୍ତା ପାଲଟି ଯାଇଛି । ଗତ କାଲି ଏହି ସେତୁ ଦେଇ ପ୍ରାୟ୧୧ଶହରୁ ଉର୍ଦ୍ଦ ପ୍ରବାସୀ ଶ୍ରମିକ ମାନେ ପହଁଚିଥିବା ବେଳେ ଆଜି ସନ୍ଧ୍ୟାସୁଦ୍ଧା ୧ହଜାରରୁ ଉର୍ଦ୍ଦ ଶ୍ରମିକ ପହଁଚି ସାରିଲେଣି । ଆଜି ତାମିଲନାଡୁ ରୁ ସାଇକେଲ ଯୋଗେ ୧୮ଜଣ ଝାଡଖଣ୍ଡର ଶ୍ରମିକ ଓ ତେଲାଙ୍ଗାନାରୁ ଚାଲିଚାଲି ପଶ୍ଚିମବଙ୍ଗର ୮ଜଣ ଶ୍ରମିକ ମୋଟୁ ଠାରେ ପହଁଚି ଛନ୍ତି । ସେମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଖାଦୟ ପେୟ ଦେଇ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥାକରୁଥିବାର ଜଣାପଡିଛି । ସୀମାନ୍ତ ମୋଟୁ ରାସ୍ତାଦେଇ ପ୍ରତି ଦିନ ଶହ ଶହ ପ୍ରବାସୀ ଶ୍ରମିକ ଜିଲ୍ଲାଭିତରକୁ ପ୍ରବେଶ କରୁଥିବାରୁ ଆଜି ମୋଟୁ ଠାରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପରିସ୍ଥି ଅନୁଧ୍ୟାନ କରି ପ୍ରବାସୀ ଓଡିଆ ମାନଙ୍କ ଖାଦ୍ୟପେୟ କଥା ପଚାରି ବୁଝିବା ସହ ପୁଲିସ କର୍ମଚାରୀ, ସ୍ୱେଚ୍ଛାସେବୀ,ସରକାରୀ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝି କରୋନା କୁ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ପରିଚାଳାନା ବ୍ୟବସ୍ଥା ତଦାରଖ କରି ମୋଟୁ ର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ,ତେଲାଙ୍ଗନା, ଭଦ୍ରାଚଳମ,ବେଙ୍ଗାଲୁର, ହାଇଦ୍ରାବାଦ ବିଭିନ୍ନ ଅଚଂଳକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ଲକ ଡାଉନ ହୋଇଥିବା ଯୋଗୁ ସେଠାରେ ଅଟକି ରହିଯାଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ଶ୍ରମିକ ଶହ ଶହ କିଲୋମିଟର ଚାଲି ଚାଲି ତ ଆଉକିଏ ସାଇକେଲ ରେ ସୀମାନ୍ତ ମୋଟୁ ରାସ୍ତା ଦେଇପଳାଇ ଆସିଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସେଠାରେ ଅଟକାଇ ସ୍କ୍ରୀନିଂ କରାଯାଇ ସଙ୍ଗରୋଧ ଗୃକୁ ପଠାଇ ଦିଆଯାଉଛି । ଗତ ଦୁଇଦିନରେ ଦୁଇହଜାରରୁ ଉର୍ଦ୍ଦପ୍ରବାସୀ ଶ୍ରମିକ ମାନେ ସାମାନ୍ତ ମୋଟୁ ଠାରେ ପହଁଚିଛନ୍ତି । ମାଲକାନଗିରି ଜିଲ୍ଲାର ଶ୍ରମିକ ମାନଙ୍କ ସହିତ ଝାଡଖଣ୍ଡ,ପଶ୍ଚିମବଙ୍ଗ,କଳାହାଣ୍ଡି,ନୁଆପଡା ଅଚଂଳର ଶ୍ରମିକ ରହିଛନ୍ତି ।ସେମାନେ ସବୁ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ତିମିଲନାଡୁ,ଛତିଶଗଡ, ହାଇଦ୍ରାବାଦ, ଚେନେଇ, ଭଦ୍ରାଚଳମ,ବିଭିନ୍ନ ସ୍ଥାନରେ ଅଟକି ରହିଯାଇଥିଲେ । ଗତ କାଲି ଓ ଆଜି ମୋଟୁ ଠାରେ ପହଁଚିଥିବା ଶ୍ରମିକ ମାନଙ୍କ ନାମପଜିଂକରଣ ସହ ଡାକ୍ତରୀ ପରୀକ୍ଷା ଓ ସ୍କ୍ରୀନି କରାଯାଇ ସେମାନଙ୍କ ହାତରେ ବୋର୍ଡର ସିଲ ଲଗାଯାଇଥିଲା,ଏହି ଶ୍ରମିକ ମାନଙ୍କୁ ଖାଦ୍ୟପୁଡିଆ,ପାଣିବୋତଲ, ମାସ୍କ,ସାନିଟାଇଜର,ସାବୁନ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୩୬୦ଜଣ ଶ୍ରମିକଙ୍କ ଘର କଳାହାଣ୍ଡି ଜିଲ୍ଲାରେ ହୋଇଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ୪ଟି ବସ ଓ କଳାହାଣ୍ଡି ଜିଲ୍ଲାପ୍ରଶାସନ ପଠାଇଥିବା ୩ଟି ବସରେ ସେମାନଙ୍କୁ ଆଜି ସନ୍ଧ୍ୟାରେ କଳାହାଣ୍ଡି କୁ ପଠାଇଦିଆ ଯାଇଛି,ସୀମାନ୍ତ ମୋଟୁ ରାସ୍ତା ଦେଇ ପ୍ରବାସୀ ଶ୍ରମିକ ମାନଙ୍କ ସୁଅଛୁଟିବାରେ ଲାଗିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପ୍ରବାସୀ ମାନେ ଫେରୁଥିବାରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ବୋର୍ଡର ଚେକ ପୋଷ୍ଟ କରାଯାଇ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି , ସେମାନଙ୍କୁ ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ଅଟକ ରଖାଯାଇ ଡାକ୍ତରୀ ପରୀକ୍ଷା ଓ ସ୍କ୍ରୀନିଂ କରାଯାଇ ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଛି ।ମୋଟୁ ତହସିଲଦାର ସଶାଙ୍କ ମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ, ତହସିଲଦାର ଆଲୋକ କୁମାର ଅନୁଗୁଳିଆ,ମୋଟୁ ଥାନା ଅଧିକାରୀ ପ୍ରମୁଖ ସରକାରି କର୍ମାଚାରୀ ,ସ୍ୱେଚ୍ଛାସେବୀ,ସାମଜିକ କର୍ମୀ ମାନେ ସୀମାନ୍ତ ମୋଟୁ କାଲେରୁ ସେତୁ ନିକଟରେ ହୋଇଥିବା ଚେକପୋଷ୍ଟ ଠାରେ ଡେରାପକାଇ ଘରବାହୁଡା ପ୍ରବାସୀ ଶ୍ରମିକ ମାନଙ୍କ ସୁବିଧା ଅସୁବିଧା କଥା ବୁଝିବା ସହ ସେମାନଙ୍କ ଖାଦ୍ୟପେୟ,କ୍ୱାରେଟାଂଇନରେ ରହିବା ବ୍ୟବସ୍ଥା କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.