Home ଓଡ଼ିଶା ଆଦିବାସୀ ଗ୍ରାମରେ ଚିନାବାଦାମ ମଣ୍ଡି ଉଦଘାଟନ କଲେ ବିଧାୟକ

ଆଦିବାସୀ ଗ୍ରାମରେ ଚିନାବାଦାମ ମଣ୍ଡି ଉଦଘାଟନ କଲେ ବିଧାୟକ

121

ମାଲକାନଗିରି,୧୫ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ ଭୟାବହ କରୋନା ପରିସ୍ଥତିରେ ଲକଡାଉନ ହୋଇଥିବା ବେଳେ ଗରିବ ଚାଷୀମାନେ ଉପଯୁକ୍ତମୂଲ୍ୟରେ ଚିନାବାଦମ ବିକ୍ରୟ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚିନାବାଦାମ ମଣ୍ଡି ଖୋଲା ଯାଇଛି । ଆଜି ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ଆଦିବାସୀ ଅଧ୍ୟୁଷିତ କାଙ୍ଗୁରକୋଣ୍ଡା ପଚାଂୟତ ସାଲିମାରିକୋଣ୍ଡା ଗ୍ରାମଠାରେ ଚିନାବାଦାମ ମଣ୍ଡିଉଦଘାଟନ କରିଛନ୍ତି ।ଆଜି ପ୍ରଥମଦିବସରେ ୧୫ଜଣ ଚାଷୀଙ୍କ ଠାରୁ କ୍ୱାଟାଂଲ ପିଛା ୫,୦୯୦ଟଙ୍କା ମୂଲ୍ୟରେ ୨୦୦କ୍ୱିଟାଂଲ ଚିନାବାଦାମ ମାର୍କଫେଡ କ୍ରୟ କରିଛି । ଏହି ଅବସରେ କାଙ୍ଗୁରକୋଣ୍ଡା ପଚାଂୟତ ସରପଂଚ ଗଙ୍ଗଧର ସୋଡି,ନିୟନ୍ତ୍ରୀତ ବଜାରକମଟି ଓ ମାର୍କଫେଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରେ ବିଧାୟକ ସେଠାକୁ ଆସିଥିବା ଚାଷୀ ମାନଙ୍କୁ ମାସ୍କ ପ୍ରଦାନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.