Home ଓଡ଼ିଶା ସୀମାନ୍ତ ମୋଟୁ ବିନାୟକପୁର ଗ୍ରାମରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ବୃଦ୍ଧା ମା ମୃତ, ଝିଅ ଗୁରୁତର

ସୀମାନ୍ତ ମୋଟୁ ବିନାୟକପୁର ଗ୍ରାମରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ବୃଦ୍ଧା ମା ମୃତ, ଝିଅ ଗୁରୁତର

74

ମାଲକାନଗିରି,୨୫ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଥାନାସ୍ଥ ଦୁର୍ଗମ ଅପହଁଚ ଇଲାକା ବିନାୟକପୁର ଗ୍ରାମରେ ଏକ ଚାଚଂଲ୍ୟକର ଘଟଣା ଘଟି ଯାଇଛି । ବିନାୟକପୁୁର ଗ୍ରାମର ସାଲବମ ଲାଛି(୭୫) ଓ ତାଙ୍କର ଝିଅ ସାଲବମ କାନି (୪୫)ଗତ କାଲି ରାତ୍ରରେ ନିଜଘର ବାରଣ୍ଡାରେ ଖଟିଆରେ ଶୋଇଥିବା ସମୟରେ କେହି ଜଣେ ଦୁବ ର୍ୁତ ସେଠାରେ ପହଁଚି ମା ଓ ଝିଅଙ୍କୁ ଧାରୁଆ ଅସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମା ସଲବମ ଲାଛି ଙ୍କର ମୃତ୍ୟୁ ଘଟିଥିବା ବେଳେ ଝିଅ ସଲବମ କାନି ଗୁରୁତର ଭାବେ ଆହତ ହୋଇ ଅଚେତ ଅବସ୍ଥାରେ ଖିଟଆରେ ପଡିଥିଲେ । ଆଜି ସକାଳେ ସେହି ରାସ୍ତା ଦେଇ ଗାଁର କିଛି ଯବୁକ ଯାଉଥିବା ସମୟରେ ରକ୍ତଜୁଡୁବୁଡୁ ହୋଇ ମା ଝିଅ ଖଟିଆରେ ପଡିଥିବାର ଦେଖି ଗ୍ରାମବାସୀ ମାନଙ୍କୁ ଡାକପକାଇତିଲେ । ଗ୍ରାମବାସୀ ମାନେ ସେଠାରେ ପହଁଚି ଏ ସଂପର୍କରେ ମୋଟୁ ଥାନାରେ ଜଣାଇବା ପରେ ମୋଟୁ ଥାନା ଅଧିକାରୀ ରଘୁନାଥମାଝୀ ପୁଲିସ ସଦଳବଳ ବିନାୟକପୁର ଗ୍ରାମରେ ପହଁଚି ଆହତ ସାଲବମ କାନିଙ୍କୁ ମୋଟୁ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ବୃଦ୍ଧାଙ୍କ ମୃତଶରୀର ଜବତ କରି କାଲିମେଳା ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଦେଇଛନ୍ତି । ସାଲବମ କାନିଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୋଟୁ ଡାକ୍ତର ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି । ଏହି ଘଟଣା ସମଗ୍ର ମୋଟୁ ଅଚଳରେ ଭୟ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହା ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.