Home ଅନୁଗୁଳ ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା ରୋଗାକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ଓ ଜରିପାଲ ପ୍ରଦାନ

ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା ରୋଗାକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ଓ ଜରିପାଲ ପ୍ରଦାନ

69

ତାଳଚେର,୨୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ହରିହରପୁର ପଂଚାୟତ ଅନ୍ତର୍ଗତ ଏକଘରିଆ ଗ୍ରାମର ବାସିନ୍ଦା ନାରାୟଣ ନାୟକ ଗତ କିଛି ଦିନ ହେବ କିଡ଼ନୀ ରୋଗରେ ପୀଡ଼ିତ ହୋଇ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । କେବଳ ସେ ନୁହନ୍ତି,ତାଙ୍କ ପରିବାର ଅନ୍ୟମାନେ ମଧ୍ୟ ବିଭିନ୍ନ ରୋଗରେ ପଡ଼ି ଯନ୍ତ୍ରଣା ଭୋଗ କରୁଛନ୍ତି । ରୋଜଗାର କରି ପେଟ ପୋଷିବାକୁ ସେମାନେ ଅସମର୍ଥ ହୋଇ ପଡ଼ିଛନ୍ତି । ଏଭଳି ସ୍ଥଳେ ବଦାନ୍ୟ ବ୍ୟକ୍ତିମାନଙ୍କର ସାହାଯ୍ୟ ଓ ସହଯୋଗ ହିଁ ଏହି ପରିବାର ପାଇଁ ଏବେ ଭରସା ପାଲଟିଛି । ତେବେ ୁନାରାୟଣଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଖବର ପ।।ଇ ତାଳଚେର ଅଂଚଳର ଯୁବ ସମାଜସେବୀ ବିଭୁତି ସାହୁ ଓରଫ ବିଭୁ ଭାଇ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଶ୍ରୀ ସାହୁ ଉକ୍ତ ପରିବାରକୁ ଭେଟି ତାଙ୍କ ଭଙ୍ଗାରୁଜା ଚାଳ ଛପର ଘର ଉପରେ ଜରି ପାଲ ବିଛାଇବା ସହ ଶୁଖିଲା ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ଆଖପାଖରେ ବାସ କରୁଥିବା ଏଭଳି ଗରିବ, ଅସହାୟ ପରିବାରଗୁଡ଼ିକୁ ସମସ୍ତେ ଯଥାସାଧ୍ୟ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ କରିଥିଲେ । ଏହି ମହତ କାର୍ଯ୍ୟରେ ସମାଜସେବୀ ବାପି ମହାନ୍ତି,ସୂଚନା ଦାସ,ବସନ୍ତ ନାୟକ,ଅଶ୍ୱିନୀ ଦେବତା,ବିଶ୍ୱରଞ୍ଜନ ସାହୁ,ପଲ୍ଲଭ ଘୋଷ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.