Home ଓଡ଼ିଶା ସୀମାନ୍ତରେ ଶବକୁ ଅସମ୍ମାନ ,ତେଲେଙ୍ଗାନା ରାଜ୍ୟ କୁ ରୋଜଗାର କରିବାକୁ ଯାଇଥିଲେ,ଘରକୁ ଶବ ହୋଇ ଫେରିଲେ

ସୀମାନ୍ତରେ ଶବକୁ ଅସମ୍ମାନ ,ତେଲେଙ୍ଗାନା ରାଜ୍ୟ କୁ ରୋଜଗାର କରିବାକୁ ଯାଇଥିଲେ,ଘରକୁ ଶବ ହୋଇ ଫେରିଲେ

195

ମାଲକାନଗିରି,୧୬ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ର ଆତଙ୍କ ଚାଲିଛି, ଏହି କରୋନା ପାଇଁ ଦାଦନଙ୍କ ଦୁଃଖ ବଢି ଯାଇଛି । ଲକଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏବେ ଘରମୁହାଁ ହୋଇଛନ୍ତି । କିଏ ଘରେ ସୁରକ୍ଷିତ ଭାବେ ପହଁଚୁଛି ତ ଆଉକାହାର ଶବ ଘରକୁ ଫେରୁଛି । ମାଲକାନଗିରି ଥାନାସ୍ଥ ସେରପାଲି ଗ୍ରାମର ବାସୁଦେବ ଖୁରାମୀ ନାମକ ଆଦିବାସୀ ଯୁବକ ପେଟପାଇଁ ହାଇଦ୍ରାବାଦକୁ ଶ୍ରମିକ ଭାବେ କାମକରିବାକୁ ଯାଇଥିଲେ,ହଲେ ସେ ଟଙ୍କା ରୋଜଗାର କରିବା ବଦଳରେ ଶବ ହୋଇ ଘରକୁ ଫେରିଲେ । ସେଥିକିରେ ତାଙ୍କ ଦୁଃଖ ସରିଲା ନାହିଁ, ତାଙ୍କସାଥି ମାନେ ହାଇଦ୍ରାବାଦରୁ ଆମ୍ବୁଲାନ୍ସରେ ଶବକୁ ନିଜ ଗାଁକୁ ଆଣୁଥିବା ସମୟରେ ମୋଟୁ ସୀମାନ୍ତରେ ଶବକୁ ଅସମ୍ମାନ କରା ଯାଇ ଫେରାଇ ଦିଆ ଯାଇଥିବାରୁ ଅଧିକ ୨୦୦ କିଲୋମିଟର ରାସ୍ତା ଚିତ୍ରକୋଣ୍ଡା ହୋଇ ନିଜ ଗାଁ ସେରପାଲି ଠାରେ ପହଁଚି ଥିବାର ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ସେରପାଲି ଗ୍ରାମର ବାସୁଦେବ ଖୁରାମୀ(୧୮)ନାମକ ଯୁବକ ଅନ୍ୟ୧୦ଜଣ ସାଥୀଙ୍କ ସହିତ ଗତ ତିନିମାସ ତଳେ ତେଲାଙ୍ଗାନା ରାଜ୍ୟ ହାଇଦ୍ରାବାଦକୁ କାମକରିବାକୁ ଯାଇଥିଲେ । ସେଠାରେ ଏକ ଠିକାଦାର ଙ୍କ ଅଧିନରେ ଘରସେଟ୍ରିଂଙ୍ଗ କାମକରୁଥିଲେ । କାମ କରିବାର କିଛି ଦିନପରେ ବାସୁ ଖୁରାମୀଙ୍କୁ ଜ୍ୱର ହେଲା, ତାଙ୍କୁ ନିକଟସ୍ଥ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେ ଟିକିଏ ସୁସ୍ଥ ହେବାରୁ ଘରକୁ ଫେରିବାପାଇଁ ଚାହିଁବାରୁ କରୋନା ଲାଗି ଲକଡାଉନ ପରିସ୍ଥିତି ହୋଇ ଯାଇଥିବାରୁ ଘରକୁ ଫେରିନପାରି ସେଠାରେ ଅଟକିରହିଲେ । ଦିନକୁ ଦିନ ବାସୁଦେବ ର ଦେହ ଅଧିକ ଖରାପ ହେବାରୁ ସାଥିରେ ଥିବା ଅନ୍ୟ ଯୁବକ ମାନେ ତେଲାଙ୍ଗାନା ସରକାରଙ୍କୁ ମାଲକାନଗିରିକୁ ଫେରିଯିବା ପାଇଁ ଅନୁମତି ପତ୍ର ମାଗିଥିଲେ, ସେମାନେ ଅନୁମତି ନଦେବାରୁ ସାଙ୍ଗମାନେ ଚାନ୍ଦାକରି ୪୦ହଜାର ଟଙ୍କା ଦେଇ ଏକ ପୁରଣା ବାଇକ କିଣିଥିଲେ । ସେହି ବାଇକରେ ବାସୁଦେବ କୁ ବସାଇ ମାଲକାନଗିରି ଆଣିବା ପାଇଁ ସାଙ୍ଗମାନେ ଚେଷ୍ଟାକରିଥିଲେ, ହଲେ ବାସୁ ର ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ସେ ବାଇକରେ ବସିବା ତାପକ୍ଷେ ସମ୍ଭବପର ହୋଇନଥିଲା । କାର ଭଡାକରି ଘରକୁ ନେବାପାଇଁ ସାଙ୍ଗମାନେ ଚେଷ୍ଟାକରୁଥିବା ସମୟରେ ବାସୁଦେବ ର ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ତାକୁ ନିକଟସ୍ଥ ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆ ଯାଇଥିଲା । ହସପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁହୋଇ ଯାଇଥିଲା । ତେଲାଙ୍ଗାନ ପୁଲିସ ଙ୍କୁ କହି ଏକ ଆମ୍ବୁଲାନ୍ସ ଭଡା କରି ମାଲକାନଗିରି ଆଭିମୁଖେ ବାସୁର ସାଙ୍ଗମାନେ ଶବକୁ ଧରି ଆସିଥିଲେ । ଗତକାଲି ରାତ୍ରରେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ପ୍ରବେଶ ପଥରେ ସେମାନଙ୍କୁ କିଛି ପୁଲିସ ଭିତରକୁ ନ ଛାଡି ରାତି ଗୋଟାଏ ପର୍ଯ୍ୟନ୍ତ ଅଟକ ରଖି ଦେଇଥିବାରୁ ଶବପଚି ଗନ୍ଧାଇବା ଆରମ୍ଭ କରିବାକୁ ବାଧ୍ୟ ହୋଇ ପୁଣି ଆନ୍ଦ୍ରକୁ ଫେରି ଯାଇ ଅଧିକ ୨୦୦କିଲୋମିଟର ରାସ୍ତା ଅତିକ୍ରମକରି ଶବକୁ ଧରି ଚିତ୍ରକୋଣ୍ଡା ହୋଇ ମାଲକାନଗିରି ସେରପାଲି ଠାରେ ପହଁଚିଥିଲେ । ଗରିବ ଆଦିବାସୀ ଯୁବକ ବାସୁଦେବ ଶ୍ରମିକ ଭାବେ କାମକରିବାକୁ ଯାଇଥିଲେ କିଛି ଟଙ୍କାରୋଜଗାର କରିବାପାଇଁ ଟଙ୍କା ବଦଳରେ ସେ ଶବ ହୋଇ ଘରକୁ ଫେରିଲେ । ବାସୁଙ୍କ ଶବ ଦେଖ ିକି ତାଙ୍କପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି, ପରିବାରଙ୍କ ଆଖିରୁ ଲୁହ ଶୁଖୁନାହିଁ । ଏହି ଦୁଃଖଦ ଦୃଶ୍ୟ ଦେଖି ବାସୁ ଙ୍କ ପରିବାର ଓ ଗ୍ରାମବାସୀ ମାନେ ମର୍ମାହାତ ହୋଇ ପଡିଛନ୍ତି । ଏହି ଘଟଣା ଜାଣିବା ପରେ ପୁବ ର୍ତନ ସାଂସଦ କଂଗ୍ରେସ ଦଳର ବରିଷ୍ଟ ନେତା ପ୍ରଦୀପ ମାଝୀ ଓ କଂଗ୍ରେସ କର୍ମୀ ମାନେ ସେରପାଲି ଗ୍ରାମକୁ ଗସ୍ତକରି ବାସୁଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ତେଲଙ୍ଗାନା ସରକାର ଶବପାଇଁ ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ସୀମାନ୍ତ ମୋଟୁ ଚେକପୋଷ୍ଟ ଠାରେ ଶବକୁ ଅଟକାଇ ଅସମ୍ମାନ କରି ଫେରାଇ ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବିଷୟ,ଗରିବ ଲୋକ ଶ୍ରମିକ ଭାବେ ବାହାର ରାଜ୍ୟକୁ କାମକରିବାକୁ ଯାଇଥିଲେ ତାଙ୍କ ଶବକୁ ସୀମାନ୍ତ ମୋଟୁ ଠାରେ ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ନିକଟରେ ଅସମ୍ମାନ କରି ଫେରାଇ ଦିଆଯିବା ଘଟଣାର ତଦନ୍ତ କରାଯାଇ ସେଠାରେ ମୁତୟନ ଥିବା ପୁଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାପାଇଁ ପୁବ ର୍ତନ ସାଂସଦ ଶ୍ରୀ ମାଝୀ ଦାବିକରିଛନ୍ତି । ଘରରୁ ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ପରିବାରଙ୍କ ଆଖିରୁ ଲୁହ ଶୁଖୁନାହିଁ, ଶୋକାକୁଳ ପରିବେଶ ମଧ୍ୟରେ ଆଜି ଶବସଂସ୍କାର କରାଯାଇଥିବାର ଜଣାପଡିଛି । ଘରକୁ ବାସୁ ଖୁରାମୀ ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ମୃତ୍ୟୁପରେ ପରିବାର ଅସହାୟ ହୋଇପଡିଛନ୍ତି, ସରକାରଙ୍କ ପକ୍ଷରୁ ମୃତ ବାସୁ ଙ୍କ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ କିଛି ଦିନତଳେ ସେହି ସେରପାଲି ପଚାଂୟକ ଟାଙ୍ଗିଣତଙ୍ଗ ଗ୍ରାମର କସାମାଡକାମି ନାମକ ଆଦିବାସୀ ଯୁବକ ହାଇଦ୍ରାବାଦକୁ ଦାଦାନଖଟିବାକୁ ଯାଇଥିଲେ ଲକଡାଉନ ପାଇଁ ସେଠାରୁ ଚାଲି ଚାଲି ଆସୁଥିବା ବେଳେ ଭଦ୍ରାଚଳମ ନିକଟରେ ପ୍ରବଳଖରା ରେ ତାଙ୍କର ମୃତ୍ୟୁ ଘଟିଥିଲା ।ପେଟପାଇଁ ବାହାର ରାଜ୍ୟକୁ ସେରପାଲି ପଚାଂୟତର ଦୁଇଜଣ ଆଦିବାସୀ ଯୁବକ ଦାଦନଖଟିବାକୁ ଯାଇଥିଲେ ସେମାନେ ଫେରିବା ବଦଳରେ ତାଙ୍କ ଶବ ଘରକୁ ଫେରିବା ଘଟଣାରେ ସମଗ୍ର ସେରପାଲି ପଚାଂୟତ ବାସୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.