Home ଓଡ଼ିଶା ଉଚିତ ମୂଲ୍ୟରେ ଲଘୁବନଜାତ ଦ୍ରବ୍ୟର କ୍ରୟ ନିମନ୍ତେ ଜନସଚେତନତା ରଥ ବୁଲିଲା ଗ୍ରାମରେ

ଉଚିତ ମୂଲ୍ୟରେ ଲଘୁବନଜାତ ଦ୍ରବ୍ୟର କ୍ରୟ ନିମନ୍ତେ ଜନସଚେତନତା ରଥ ବୁଲିଲା ଗ୍ରାମରେ

135

ମାଲକାନଗିରି,୧୬ା୫(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବିଭିନ୍ନ ପ୍ରକାର ଲଘୁବନଜାତ ସାମଗ୍ରୀ ଆମଦାନି ହୋଇଥାଏ,ଏହାକୁ ସଂଗ୍ରହ କରୁଥିବା ଗରିବ ଆଦିବାସୀ ମାନେ ଉପଯୁକ୍ତ ମୂଲ୍ୟ ପାଇପାରନ୍ତି ନାହିଁ, ସେମାନଙ୍କ ଠାରୁ ବେପାରୀ ମାନେ କମ ମୂଲ୍ୟରେ କ୍ରୟ କରି ଲାଭବାନ ହେଉଥିବା ବେଳେ ଗରିବ ଆଦିବାସୀ ମାନେ ଉଚିତ ମୂଲ୍ୟ ନପାଇ ଶୋଷଣର ଶିକାର ହୋଇଥାନ୍ତି । ଏହାକୁ ରୋକି ସଂଗ୍ରହ କାରିମାନଙ୍କୁ ଉପ ଯୁକ୍ତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ବିଭିନ୍ନ ଲଘୁ ବାନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟକରା ଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲା ଟିଡିସିସି ସଂସ୍ଥା ପକ୍ଷରୁ ଲଘୁବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ରେ କ୍ରୟ କରିବା ପାଇଁ ଜନସଚେତନତା ବାର୍ତାର ପ୍ରଚାର ରଥ କୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଆଦିବାସୀ ସମନ୍ୱୀତ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କ୍ଷୀରାଦ୍ଧିବେହେରା,ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମାର ନାଗ,ଲଘୁବନଜାତ ଶାଖାପରିଚାଳକ ଗଙ୍ଗାଧର ମହାନ୍ତି ,ନିୟନ୍ତ୍ରୀତ ବଜାର କମିଟି ସଂପାଦକ ଗୁରୁଚରଣ ନାୟକ,ମାଲକାନଗିରି ଟିଡିଡିସିସି ର ପ୍ରକାଶ କୁମାର ଦାଶ ପ୍ରମୁଖ ଅଧିକାରୀ ଉପସ୍ଥିତି ଥିଲେ । ୫୦ ପ୍ରକାରର ଲଘୁବନଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଜନସଚେତନତା ରଥ ର ଚର୍ତୁପାଶ୍ୱ ର୍ରେ ଉଲେଖ୍ୟ ରହି କ୍ରୟମୂଲ୍ୟ ଫଳକ ଲଗାଯାଇଛି, ଡାକବାଜି ଯନ୍ତ୍ର ଦ୍ୱାରା ବିଭିନ୍ନ ଆଦିବାସୀ ସଂଗୀତ ଗୀତ ମାଧ୍ୟମରେ ବିଭିନ୍ନ ପଚାଂୟତରେ ଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠି କେନ୍ଦ୍ର ନିକଟରେ ଲଘୁବନଜାତ ଦ୍ରବ୍ୟ ଉଚିତ ମୂଲ୍ୟ ରେ ବିକ୍ରୟ କରନ୍ତୁ ବୋଲି ଜନସଚେତନତା କରାଯାଉଛି,ମାଲକାନଗିରି,କାଲିମେଳା, ପଡିଆ, କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ବ୍ଲକର ବିଭିନ୍ନ ଗ୍ରାମ ଏହି ଜନସଚେତନତା ପ୍ରଚାର ରଥ ପରିକ୍ରମା କରି ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.