Home ଓଡ଼ିଶା ସି.ବି.ଏସ୍‌.ଇ. ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜିନ୍ଦଲ ସ୍କୁଲ ଛାତ୍ର-ଛାତ୍ରୀଙ୍କ ସଫଳତା

ସି.ବି.ଏସ୍‌.ଇ. ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜିନ୍ଦଲ ସ୍କୁଲ ଛାତ୍ର-ଛାତ୍ରୀଙ୍କ ସଫଳତା

224

ଯୋଡା, ୧୫/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ସୋୟାବାଲିସ୍ଥିତ ଜିନ୍ଦଲ ସ୍କୁଲର ଛାତ୍ର-ଛାତ୍ରୀମାନେ ସି-ବି-ଏସ୍‌-ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି। ସଦ୍ୟ ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ବିଦ୍ୟାଳୟର ବିଜ୍ଞାନ ତଥା ବାଣିଜ୍ୟ ବିଭାଗର ମୋଟ ୫୫ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବାଣିଜ୍ୟ ବିଭାଗର ଛାତ୍ରୀ ତବସୁମ ପରବିନ୍ ସର୍ବାଧିକ ୯୬.୮ ପ୍ରତିଶତ ନମ୍ବର ରଖିଥିବା ବେଳେ ବିଜ୍ଞାନ ବିଭାଗର ଛାତ୍ରୀ ଏସ୍‌ ଜାନଭି ସର୍ବାଧିକ ୯୫.୬ ପ୍ରତିଶତ ନମ୍ବର ରଖିଛନ୍ତି। ଉଭୟ ବିଭାଗରେ ୧୩ଜଣ ଛାତ୍ର-ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ପ୍ରସଂଶାର ପାତ୍ର ସାଜିଛନ୍ତି। ଛାତ୍ର-ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶା ଜି, ସଂଯୋଜକ ଅର୍ଜୁନ ସାରସତ୍ୱ ଓ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ବୃନ୍ଦ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର-ଛାତ୍ରୀ, ଅଭିଭାବକ ଗଣ ତଥା ବିଦ୍ୟାଳୟର ଅଧ୍ୟକ୍ଷା ସଙ୍ଗିତାରାଣୀ ଦାସ କୃତି ଛାତ୍ର-ଛାତ୍ରୀଙ୍କ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଶ୍ୟତ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.