Home ଓଡ଼ିଶା ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିର ଏଜିଏମ୍‌ଙ୍କୁ ମାଡ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିର ଏଜିଏମ୍‌ଙ୍କୁ ମାଡ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

81

ଯୋଡା, ୨୭/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତ ନଭେମ୍ବର ମାସ ୧୦ତାରିଖରେ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ସିଲଯୋଡା ଲୌହ ଓ ମାଙ୍ଗାନିଜ ଖଣିରେ ଖଣିର ଅତିରିକ୍ତ ସାଧାରଣ ପରିଚାଳକ (ଏଜିଏମ୍‌) (ଏଚ୍‌.ଆର.) ଅନୁପ କୁମାର ରଥ ଏବଂ ସହକାରୀ ପରିଚାଳକ ବିଜୟାନନ୍ଦ ଗିରି ଏକ ଗାଡିରେ ଖଣିକୁ ଯିବା ସମୟରେ ଖଣି ଫାଟକ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଥିବା ଶତାଧିକ ମହିଳା ପୁରୁଷ ହଠାତ୍ ଗାଡି ସମ୍ମୁଖକୁ ଆସି ଉଭୟଙ୍କୁ ଗାଡି ଭିତରୁ ଘୋସାଡି ଆଣି ୨ଜଣଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ କରିଥିଲେ । କେହି ଜଣେ ଅନୁପ ରଥଙ୍କ ମୁଣ୍ଡକୁ ଲୁହା ଛଡରେ ପିଟିଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାମେବାରୀ ଥାନା ଅନ୍ତର୍ଗତ ସୁଶାନ୍ତ ଖିଲାର ଫେରାର ରହିଥିବା ବେଳେ ମଙ୍ଗଳବାର ଦିନ ରାତିରେ ବାମେବାରୀ ପୁଲିସ ତାକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣା ଦିନ ଏ ନେଇ ଅନୁପ ରଥ ଓ ବିଜୟାନନ୍ଦ ଗିରି ବାମେବାରୀ ଥାନାରେ ଏକ ଲିଖିତ ଅଭି ଯୋଗ କରିଥିଲେ । ଅନୁପଙ୍କ ଅଭିଯୋଗ ମୁତାବକ ସୁଶାନ୍ତ ଖିଲାର, ବାବୁଲା ପିଙ୍ଗୁଆ, ଭିମା ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ଶ୍ରମିକମାନେ ଖଣି ଫାଟକ ସମ୍ମୁଖରେ ଜଗି ରହି ତାଙ୍କୁ ଆକ୍ରମଣ କରିଥିଲେ । ସେ ତଳେ ପଡିଯିବା ପରେ ତାଙ୍କର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା । କୌଶଳକ୍ରମେ ସେ ଘଟଣା ସ୍ଥଳରୁ ଖସି ପଳାଇଆସିଥିବା ବେଳେ ବିଜୟାନନ୍ଦଙ୍କୁ ସେମାନେ ପ୍ରାୟ ୨ ଘଣ୍ଟା ଧରି ଘେରାଉ କରି ରଖିଥିଲେ । ପୁଲିସକୁ ଖବର ଦିଆଯିବା ପରେ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.