Home ଓଡ଼ିଶା ସିମୁଳିଆ ବିଧାନସଭା ମଣ୍ଡଳୀର ୨, ୪୧, ୯୩୨ଜଣ ମତଦାତା ଭାଗ୍ୟ ନିର୍ଦ୍ଧାରଣ କରିବେ

ସିମୁଳିଆ ବିଧାନସଭା ମଣ୍ଡଳୀର ୨, ୪୧, ୯୩୨ଜଣ ମତଦାତା ଭାଗ୍ୟ ନିର୍ଦ୍ଧାରଣ କରିବେ

344

ଖଇରା, ୨୭/୪/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଚଳିତ ମାସ ୨୯ ତାରିଖ ୪ର୍ଥ ପର୍ଯ୍ୟାୟରେ ସିମୁଳିଆ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ସିମୁଳିଆ ନିର୍ବାଚନ ମଣ୍ଡଳୀର ମୋଟ ୨ଲକ୍ଷ ୪୧ ହଜାର ୯୩୨ଜଣ ମତଦାତା ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିମଧ୍ୟରୁ ସିମୁଳିଆ ବ୍ଲକରେ ୯୫ହଜାର ୪୫୧ଜଣ ଭୋଟର ଥିବାବେଳେ ଖଇରା ବ୍ଲକର ୧ଲକ୍ଷ ୪୬ହଜାର ୪୮୧ଜଣ ମତଦାତା ରହିଛନ୍ତି। ମୋଟ ମତଦାତା ୨ଲକ୍ଷ ୪୧ହଜାର ୯୩୨ଜଣଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୧୦୫ ଥିବାବେଳେ ମହିଳାଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୮୧୫ଜଣ ରହିଛନ୍ତି। ୩ୟ ଲିଙ୍ଗ ମତଦାତାଙ୍କ ସଂଖ୍ୟା ୧୨ଥିବାର ଜଣାପଡିଛି। ସିମୁଳିଆରେ ମୋଟ ୧୦୯, ଖଇରା ବ୍ଲକରେ ୧୫୯ଟି ମତଦାନ କେନ୍ଦ୍ରକୁ ଲଗାଇ ମୋଟ ୨୬୮ଟି ମତଦାନ କେନ୍ଦ୍ର ମଧ୍ୟରୁ ସିମୁଳିଆ ଓ ଖଇରାରେ ୭ଟି ଲେଖାଏଁ ମୋଟ ୧୪ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି। ସିମୁଳିଆରେ ୫ଟି ଓ ଖଇରାରେ ୩ଟିକୁ ମିଶାଇ ମୋଟ ୮ଟି ସାଥି(ସଖି) ମତଦାନ କେନ୍ଦ୍ରରେ ସମସ୍ତ ମହିଳା କର୍ମଚାରୀ ରହିବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ସେହିପରି ସିମୁଳିଆ ବ୍ଲକରେ ମୋଟ ୧୫ ଓ ଖଇରାରେ ୨୫ଜଣ ସେକ୍ଟର ଅଫିସର ନିଯୁକ୍ତି ହୋଇଛନ୍ତି। ମୋଟ ବିଏଲଓ ସଂଖ୍ୟା ୨୬୮, ପ୍ରତିମତଦାନ କେନ୍ଦ୍ରରେ ପ୍ରିଜାଇଡିଙ୍ଗ୍ ଅଫିସର ଓ ୫ଜଣ ପୋଲିଙ୍ଗ୍ ଅଫିସର ଏବଂ ଜଣେ ଲେଖାଏଁ ପୋଲିସ କର୍ମଚାରୀ ରହିବେ। ମୋଟ ୨୬୮ଟି ମତଦାନ କେନ୍ଦ୍ରରେ ୧୮୭୬ଜଣ କର୍ମଚାରୀ ନିର୍ବାଚନରେ ମତଦାନ କେନ୍ଦ୍ରରେ ମତଦାତାଙ୍କ ଭୋଟ ସଂଗ୍ରହ କରିବେ। ମହିଳା କର୍ମଚାରୀଙ୍କ ପାଇଁ ସିମୁଳିଆରେ ସିମୁଳିଆ ମହାବିଦ୍ୟାଳୟ ଓ ଖଇରାରେ ସରକାରୀ ହାଇସ୍କୁଲରେ ରହିବାପାଇଁ ବ୍ୟବସ୍ଥା କରାଯାଇଛି। ୨୯ତାରିଖଦିନ ସକାଳ ୫ଟା ସୁଦ୍ଧା ସେମାନଙ୍କୁ ଗାଡି ମାଧ୍ୟମରେ ନିଜନିଜ ମତଦାନ କେନ୍ଦ୍ରରେ ପହଂଚାଇଦେବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି। ପ୍ରତିମତଦାନ କେନ୍ଦ୍ରରେ ଛାଉଣି ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଖଇରା ବ୍ଲକର ୨ହଜାର ୨୧୫ଜଣ ଓ ସିମୁଳିଆ ବ୍ଲକର ୨ହଜାର ୩୪୮ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଏହି ଦିବ୍ୟାଙ୍ଗ ମାନଙ୍କୁ ମତଦାନ କେନ୍ଦ୍ରକୁ ନେବାଆଣିବା ପାଇଁ ସ୍କାଉଟ ଓ ଏନସିସି (୧୮ବର୍ଷ ହୋଇନଥିବା) ପିଲା ମାନଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ କରିବା ପାଇଁ ବ୍ୟବସ୍ଥା କରିଛି। ସିମୁଳିଆ ବିଧାନସଭା କ୍ଷେତ୍ରରେ ୨୬୮ଟି ମତଦାନ କେନ୍ଦ୍ରରେ ମୋଟ ୪ହଜାର ୪୬୩ଜଣ ଦିବ୍ୟାଙ୍ଗ ମାନଙ୍କୁ ନେବାଆଣିବା ପାଇଁ ଅଟୋରିକ୍ସାର ବ୍ୟବସ୍ଥା ପ୍ରଶାସନ କରିଛି। ନିର୍ବାଚନକୁ ମୁକ୍ତ ଓ ନିପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ସୁରକ୍ଷା ଦଳ ମୁତୟନ କରାଯାଇଛି। ଏଠାରେ ପ୍ରକାଶ ଥାଉକି ୨୬୮ଟି ମତଦାନ କେନ୍ଦ୍ର ମଧ୍ୟରୁ ୨୨ଟି କେନ୍ଦ୍ରକୁ ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.