Home ଓଡ଼ିଶା ରାସ୍ତାକାମ ଯୋଗୁ ପାନୀୟ ଜଳ ପ୍ରକଳ୍ପ ବିଳମ୍ବିତ

ରାସ୍ତାକାମ ଯୋଗୁ ପାନୀୟ ଜଳ ପ୍ରକଳ୍ପ ବିଳମ୍ବିତ

247

ସମ୍ବଲପୁର, ୨୭/୪ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ର ପ୍ରଧାନପାଲି ଠାରେ ନିର୍ମାଣାଧିନ ସମନ୍ୱିତ ଗ୍ରାମୀ୍ଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଗାମୀ ଜୁଲାଇ ମାସ ସୁଦ୍ଦା କାର୍ଯ୍ୟକ୍ଷମ ହେବ। ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। ମୂଳ ଯୋଜନାର ଏହି ଦ୍ୱିତୀୟ ଭାଗ ପ୍ରକଳ୍ପ ଦ୍ୱାରା ୧୨ ଗୋଟି କଳକ୍ଲିଷ୍ଟ ଗ୍ରାମର ୧୭ ହଜାର ୫ ଶହ ୮ ଗ୍ରାମବାସୀ ଉପକୃତ ହେବେ। ବଲବଶପୁର, ସାଗୁନପାଲି, ପାବପାଲି, ଶାସନ, ରାଣୀଖିଂଡ଼ା, ସଡ଼ାସିଂହା, କଟାପାଲି, ନୂଆଖୁରିଗାଁ, ଗୁରୁପାଲି, ମାଝିପାଲି, ଭାଲୁବାହାଲ, କଂନଖିଂଡ଼ା ପଭୃତି ଗ୍ରାମରେ ଏଠାରୁ ପାଣି ପହଂଚିବ। ଏଥିପାଇଁ ୧୨ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇ ୧୧ ମାସ ମଧ୍ୟରେ ସଂପୂର୍ଣ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପ ମାଧ୍ୟମରେ ଷ୍ଟାଂଡ଼ ପୋଷ୍ଟ ଓ ଘରୋଇ ପାଇପ ସଂଯୋଗ ମାଧ୍ୟମରେ ସ୍ୱଛ୍ୱ ପାନୀୟ ଜଳ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ସକାଶେ ହୀରାକୁଦ ଜଳଭଂଡ଼ାରରୁ ଜଳ ଅଣାଯିବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ପ୍ରଧାନପାଲି ଠାରେ ନିର୍ମିତ ଦୈନିକ ୫ ମିଲିୟନ ଲିଟର କ୍ଷମତା ସମ୍ପନ୍ନ ବିଶୋଧନାଗାରେ ହୀରାକୁଦର ପାଣିକୁ ପ୍ରକ୍ରୀୟାକରଣ କରାଯାଇ ଗୈାଡ଼ପାଲି, ଶାସନ ବାଇପାସ, ନୂଆଖୁରିଗାଁ ଓ ଭାଲୁବାହାଲ ଓଭର ହେଡ଼ ଟାଙ୍କିକୁ ନିଆଯାଇ ବିତରଣ କରାଯିବ। ଗୈାଡ଼ପାଲି ଛକ, ଭାଲୁବାହାଲ ଓ ନୁଆଖୁରିଗାଁ ର ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଶାସନ ବାଇପାସ୍ ଠାରେ ଟାଙ୍କି ନିର୍ମାଣ କାମ ଆଗେଇ ଚାଲିଛି। ପ୍ରକଳ୍ପର ବଭିନ୍ନ ଗ୍ରାମକୁ ପାଇପ ବିଛାଇବା କା୍ର୍ୟ୍ୟ ମଧ୍ୟ ଜାରୀ ରହିଥିବା ଜଣାପଡ଼ିଛି। ପାଇପ ଯୋଗାଣରେ ବିଳମ୍ବ ସହିତ ୧୦ ନମ୍ବର ରାଜ୍ୟ ରାଜପଥ ନିର୍ମାଣ ଠିକା ନେଇଥିବା ସଂସ୍ତା ରାସ୍ତା ତଳେ ପାଇପ ବିଛାଇବାକୁ ଅନୁମତି ଦେବାରେ ଟାଳଟୁଳ କରିଥିଲା। ଯେଉଁଥି ପାଇଁ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିଲା। ହେଲେ ପରେ ବକଳ୍ପ ବ୍ୟବସ୍ତା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.