Home ଜିଲ୍ଲା ପରିକ୍ରମା ସିପିଆଇଏମ୍ ପାର୍ଟିର ଲୋକାଲ ସମ୍ମିଳନୀ ଅନୁଷ୍ଠିତ

ସିପିଆଇଏମ୍ ପାର୍ଟିର ଲୋକାଲ ସମ୍ମିଳନୀ ଅନୁଷ୍ଠିତ

23

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରନଗର ବ୍ଲକ ଅନ୍ତର୍ଗତ ଦୋବଲ ହାଟ ପଡ଼ିଆ ଠାରେ ସିପିଆଇଏମ୍ ପକ୍ଷରୁ ଲୋକାଲ ୧୦ତମ ଲୋକାଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କମରେଡ଼ ଦୁର୍ଗାଚରଣ ଅଧିକାରୀ ଲାଲ ପତାକା ଉତ୍ତୋଳନ କରିଥିଲେ । ସଭାପତି ମଣ୍ଡଳୀ ଦୁର୍ଗା ଅଧିକାରୀ ଜାନକୀ ଜେନା ଓ ଦାମୋଦର ସାହୁଙ୍କ ସଂଯୋଜନାରେ ସିପିଆଇଏମ୍‌ର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ଓଡ଼ିଶା କୃଷକ ସଭାର ଜିଲ୍ଳା ସମ୍ପାଦକ ପ୍ରଭାସ ମହାପାତ୍ର, ଧାମନଗର ଆଂଚଳିକ ସମ୍ପାଦକ ଜୟନୁଲ ଆବେଦିନ୍‌, ରମେଶ ସାହୁ, ସତ୍ୟମୁର୍ତ୍ତି ବେହେରା, ସନ୍ତୋଷ ଜେନା, ଭୀମସେନ ବେହେରା, ମହେନ୍ଦ୍ର ସାହୁ, ପ୍ରତାପ ଦାସ, ଦାମୋଦର ଜେନା, ମନୋରମା ସାହୁ ସମେତ ପ୍ରମୁଖ ଯୋଗଦେଇ ପାର୍ଟିର ବିଭିନ୍ନ କାର୍ଯ୍ୟାଧାରା ଉପରେ ଆଲୋଚନା କରିବା ସହିତ ଆଗାମୀ ତିନିବର୍ଷ ପାଇଁ ପ୍ରସ୍ତାବ ଦିଆଯାଇ ନୀତି ନିଦ୍ଧାରଣ କରାଯାଇଥିଲା । ଏଥିରେ ଧାମନଗର ଓ ଦୋବଲ ଜୋନ୍‌ର କର୍ମୀମାନେ ଯୋଗଦେଇଥିଲେ । ପରେ ଦୋବଲ ବସଷ୍ଟାଣ୍ଡ ଠାରେ ସନ୍ଧ୍ୟାରେ ପାର୍ଟି ପକ୍ଷରୁ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.