Home ଜିଲ୍ଲା ପରିକ୍ରମା କରୋନା ପାଇଁ ଫିକା ପଡ଼ିଲା ୧୫୦ବର୍ଷ ପୁରାତନ ଲକ୍ଷ୍ମୀନାରାୟଣ ପୂଜା

କରୋନା ପାଇଁ ଫିକା ପଡ଼ିଲା ୧୫୦ବର୍ଷ ପୁରାତନ ଲକ୍ଷ୍ମୀନାରାୟଣ ପୂଜା

36

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼-୧୯ର ଭୟାଭହତାକୁ ଆଖି ଆଗରେ ରଖି ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇଥିବା ବେଳେ ଏଥିରୁ ପୂଜା ପର୍ବ ମଧ୍ୟ ବାଦ ପଡ଼ି ନାହିଁ । ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା ଅନ୍ୟତମ । ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭପଦୀ ଗ୍ରାମରେ ଆଜକୁ ପ୍ରାୟ ୧୫୦ବର୍ଷ ଧରି ପାଳିତ ହୋଇ ଆସୁଥିବା ‘ଲକ୍ଷ୍ମୀନାରାୟଣ’ ପୂଜାକୁ ଫିକା କରି ଦେଇଛି କୋଭିଡ଼-୧୯ । ସୂଚନା ଅନୁଯାୟୀ ଗୋଲା ସଂପ୍ରଦାୟର କୁଳ ଦେବାଦେବୀ ରୂପେ ପୂଜା ପାଆନ୍ତି ‘ଲକ୍ଷ୍ମୀନାରାୟଣ’ । ଆଜକୁ ପ୍ରାୟ ୧୫୦ ବର୍ଷ ପୂର୍ବେ ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ପଳସା ଗ୍ରାମରେ ଏହି ସଂପ୍ରଦାୟର ଲୋକେ ଉକ୍ତ ପୂଜା ଆରମ୍ଭ କରିଥିଲେ । ସମୟାନୁକ୍ରମେ କିଛି ଲୋକ ପଳସା ଗ୍ରାମରୁ ଆସି କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦୀ ଗ୍ରାମରେ ନିଜର ବସତି ସ୍ଥାପନ କରିବା ପରେ ସେଠାରେ କଳସ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କଲେ । ପରବର୍ତ୍ତୀ ମୂହୂର୍ତ୍ତରେ ପରିବାର ସଂଖ୍ୟା ବୃତ୍ତି ପାଇବାରୁ ସମସ୍ତଙ୍କର ମିଳିତ ସହଯୋଗରେ ମେଢ ପୂଜା ଆରମ୍ଭ କରାଯାଇଥିଲା । ଆଜକୁ ଉକ୍ତ ତୂମ୍ଭାପଦୀ ଗ୍ରାମରେ ୭୫ ବର୍ଷ ହେବ ‘ଲକ୍ଷ୍ମୀନାରାୟଣ’ ଙ୍କ ମେଢ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଅଛି । ଏହାକୁ ନକୂଳ ଚନ୍ଦ୍ର ଗିରି, ଯୁଧିଷ୍ଠିର ଗିରି, କ୍ଷେତ୍ର ଗିରି, ଚୈତନ୍ୟ ଗିରି, ମଧୂସୂଦନ ଜେନା, ମଣିଭଦ୍ର ଜେନା ଏବଂ ବହ୍ଲବ ଦାସ ପ୍ରମୁଖ ଆରମ୍ଭ କରିଥିଲେ ।

ପ୍ରଥମେ ଖୋଲା ଆକାଶ ତଳେ ଦେବାଦେବୀ ପୂଜା ପାଇବା ପରେ କଂଗ୍ରେସ ଦଳ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ଗୃହ ନିର୍ମାଣ କରାଯାଇ ଉକ୍ତ ଗୃହରେ ମେଢ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଲକ୍ଷ୍ମୀନାରାୟଣ ଗୋଲା ନାମରେ ଏକ ସଂଗଠନ କରାଯାଇ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରତିବର୍ଷ ଉକ୍ତ ପୂଜା ଧୂମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ ସଂଗଠନର ସଂପାଦକ ସୁବଷ ଚନ୍ଦ୍ର ଗିରି,ସଭାପତି ଶଙ୍କର୍ଷଣ ଗିରିଙ୍କ ନେତୃତ୍ୱରେ ଦିନବନ୍ଧୁ ପରିଡ଼ା ମଙ୍ଗଳବାର ସଂଧ୍ୟା ରେ ମା’ଙ୍କ ଶୁଭ କଳସ ଆଣିଥିଲେ । ପଣ୍ଡିତ ଜଗବନ୍ଧୁ ପଣ୍ଡା ଓ ଦେବେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଲକ୍ଷ୍ମୀଧର ଗିରି,କାହୁଁଚରଣ ଗିରି,କାର୍ତ୍ତିକ ଚନ୍ଦ୍ର ଗିରି,ଶସଧର ଗିରି,ଏକାଦଶୀ ପରିଡ଼ା,ନାରାୟଣ ଚନ୍ଦ୍ର ଜେନା,କାର୍ତ୍ତକ ଚନ୍ଦ୍ର ଜେନା,ଶମ୍ଭୁନାଥ ଗିରି,ପଦ୍ମଲାଭ ଗିରି,ବସନ୍ତ ଗିରି,ପୁଷ୍ପଲତା ଖଣ୍ଡା,ରତ୍ନାକର ଗିରି ଓ ଗୌତମ ଗିରି ଏବଂ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଚାଲିଛି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଆୟୋଜିତ ପୂଜା ଧୂମଧାମରେ ପାଳିତ ହୋଇପାରିନାହିଁ । ଦୀର୍ଘ ବର୍ଷ ଧରି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ପଂଚାୟତ ଅନ୍ତର୍ଗତ କନ୍ଦଡ଼ା ଗ୍ରାମ ଅଧିବାସୀ ଦାମୋଦର ବେହେରା ଓ ତାଙ୍କ ପୂର୍ବ ପୁରୁଷ ଏଠାରେ ମୃଣ୍ମୟ ମୂର୍ତ୍ତୀ ନିର୍ମାଣ କରୁଛନ୍ତି । ଦାମୋଦରଙ୍କ କହିବା ଅନୁଯାୟୀ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ପରି ମେଢ ନିର୍ମାଣ ହୋଇପାରି ନାହିଁ । ପାଶ୍ୱର୍ମୂର୍ତ୍ତୀ ମଧ୍ୟ ନିର୍ମାଣ କରାଯାଇ ନାହିଁ । ଏହି ପୂଜା ଏଠାରେ ୫ ଦିନ ଧରି ଚାଲିବ । ଭଦ୍ରକ ଜିଲାର ପ୍ରାୟ ୧୦ଟି ପଂଚାୟତର ଲୋକଙ୍କର ଏଠାରେ ସମାଗମ ହୋଇଥାଏ । ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ଓ ପ୍ରାଶାସନିକ ଗାଇଡ଼ଲାଇନ ଅନୁସାରେ ନିରାଡ଼ମ୍ବର ଭାବେ ପାଳିତ ହେଉଥିବା ପୂଜା ଆଗାମୀ ବର୍ଷ ଦେବୀଙ୍କ କୃପାରୁ ମହାମାରୀରୁ ଦେଶ ତଥା ରାଜ୍ୟବାସୀଙ୍କୁ ରକ୍ଷା କରି ତାର ପୂର୍ବ ଆକର୍ଷଣ ଫେରି ପାଇବ ବୋଲି “ଲକ୍ଷ୍ମୀନାରାୟଣ ଗୋଲା ସଂଗଠନ” ଆଶାବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.