Home ଜିଲ୍ଲା ପରିକ୍ରମା ଇଣ୍ଟରନେଟ ଯୁଗରେ ଏବେ ସାହିତ୍ୟ ହଜିଯାଇଛି

ଇଣ୍ଟରନେଟ ଯୁଗରେ ଏବେ ସାହିତ୍ୟ ହଜିଯାଇଛି

30

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଲ କବିତାର ପରିଭାଷା ଯାହା ଦେଖି ସାରିଲାପରେ ନିଜକୁ ଜଳ ଜଳ ପୁଣି ଦେଖାଯାଏ ତାହାହିଁ ଭଲ କବିତା । ଇଣ୍ଟର ନେଟ ଯୁଗରେ ଏବେ ସାହିତ୍ୟ ହଜିଯାଇଛି । ମାତୃଭାଷା ଯେତେ ରୁଦ୍ଧିମନ୍ତ ହେବ ଅନ୍ୟଭାଷା ସେତେ ରୁପାନ୍ତର ହେବବୋଲି ଧାମନଗର ମହାବିଦ୍ୟାଳୟର ସମ୍ପାନ ଓ ସ୍ୱାଗତ ଉତ୍ସବ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଆୟୋଜିତ “ଭଲ କବିତାର ପରିଭାଷ” ଶିର୍ଷକ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ମଧୁସୁଦନ ଦାସ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଜିଲ୍ଳାର ଉପଜିଲ୍ଳାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପିତାମ୍ବର ସାମଲ ଯୋଗଦେଇ ଆଲୋଚ୍ୟ ପ୍ରସଂଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ପ୍ରଶାନ୍ତ କୁମାର ପରିଡ଼ା ସ୍ୱାଗତ ସମ୍ଭଷଣ ଓ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଆଦ୍ୟାରଶ୍ମି ମିଶ୍ର ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ଏକାଡ଼େମୀ ପୁରସ୍କୃତ ପ୍ରାପ୍ତ ଗପର ମୁହଁ ପୁସ୍ତିକାର ନୂଆ ସଂସ୍କରଣକୁ ମୁଖ୍ୟଅତିଥି ଉନ୍ମୋଚିତ କରିଥିଲେ । +୩ ପ୍ରଥମବର୍ଷ ଛାତ୍ର ଛାତ୍ରୀଙ୍କୁ +୩ ଦ୍ୱିତୀୟ ବର୍ଷ ସମ୍ମାନ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରି ଉପହାର ପ୍ରଦାନ କରିଥିଲେ । ଅତିଥିଙ୍କୁ ମଧ୍ୟ ଓଡ଼ିଆ ବିଭାଗ ଓ ମହାବିଦ୍ୟାଳୟ ତରଫରୁ ଅଙ୍ଗବସ୍ତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ଛାତ୍ର ଛାତ୍ରୀଙ୍କ ପକ୍ଷରୁ ରଂଜିତା ପଣ୍ଡା, ସ୍ୱର୍ଣ୍ଣଲତା ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ସୁତାର, ଇତିସ୍ମିତା ପଣ୍ଡା, ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଛାତ୍ରୀ ମନୋଲିସା ମହାନ୍ତି, ମାମୁନି ଜେନା, ରଂଜିତା ପଣ୍ଡା, ଦୀପା ଜେନା, ସ୍ୱାଗତ ସଂଗୀତ ଗାନ କରିଥିଲେ । ମହାବିଦ୍ୟାଳୟର ଅଫିସ ସହାୟକ ପ୍ରକାଶ ମହାପାତ୍ର ଏହି ସଂଗୀତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.