Home ଜିଲ୍ଲା ପରିକ୍ରମା ସିପିଆଇଏମ୍ ଧାମରା ବ୍ରାଞ୍ଚ ସମ୍ମିଳନୀ

ସିପିଆଇଏମ୍ ଧାମରା ବ୍ରାଞ୍ଚ ସମ୍ମିଳନୀ

24

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଆଦାନୀ ବାଣିଜ୍ୟିକ ବନ୍ଦରରେ ଧାମରା ଅଂଚଳର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା, ଧାମରା ଆଦାନୀ ବନ୍ଦରରେ କଣ୍ଟ୍ରାକ୍ଟର ମାନଙ୍କ ଦ୍ୱାରା ହେଉଥିବା ଶ୍ରମିକ ଶୋଷଣ ଓ ଅତ୍ୟାଚାର ମନ୍ଦ କରିବା, ବଙ୍ଗୋପସାଗରର ଶହ ଶହ ହେକ୍ଟର ଉପକୂଳରୁ ଆଦାନୀ କଂପାନୀ ଦ୍ୱାରା କୋଟି କୋଟି ଟଙ୍କାର ବେଆଇନ୍ ବାଲି ଚାଲାଣ ଉପରେ ସରକାର ରୋକ ଲଗାଇବା, ଶହ ଶହ ,କର ବିସ୍ତୀର୍ଣ୍ଣ ବଙ୍ଗୋପସାଗର କୂଳକୁ ଆଦାନୀ କଂପାନୀକୁ ଟେକିଦେବା ବନ୍ଦ କରିବା, ଧାମରା ମାଛଧରା ବନ୍ଦର ଓ ପୋତାଶ୍ରୟ ର ପୁନରୁଦ୍ଧାର, ଧାମରା ଅଂଚଳରେ ସରକାର ଖଜଣା ପାଉନଥିବା ତତ୍‌କଳୀନ କନିକା ରାଜା ପରିବାର ନାମରେ ଥିବା ଶହ ଶହ ହେକ୍ଟର ଚାଷଜମି ତୁରନ୍ତ ଉଦ୍ଧାର କରିବା, ଦୋସିଙ୍ଗା-ଧାମରା-ଜାଗୁଳା ପଂଚାୟତରେ ବନ୍ୟା ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ନିର୍ଦ୍ଦିଷ୍ଟ ସରକାରୀ ଯୋଜନା ଗ୍ରହଣ କରାଯିବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଚାଷୀ ବିରୋଧୀ ତିନୋଟି କଳା ଆଇନ୍ ବାତିଲ କରିବା ଦବାୀ ନେଇ ସିପିଆଇଏମ୍ ଧାମରା ବ୍ରାଞ୍ଚ ସମ୍ମିଳନୀ ନରସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ସିପିଆଇଏମ୍‌ର ବରିଷ୍ଠ ନେତା କାର୍ତ୍ତିକ ଖିଳାର ଲାଲ ପତାକା ଉତ୍ତୋଳନ ଓ ସମ୍ମିଳନୀରେ ସଭାପତିତ୍ୱ କରିଥିବାବେଳେ ସିପିଆଇଏମ୍ ଭଦ୍ରକ ଜିଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ସିପିଆଇଏମ୍ ଚାନ୍ଦବାଲି ଆଞ୍ଚଳିକ କମିଟି ସଭ୍ୟ ବ୍ରହ୍ମାନନ୍ଦ ପରିଡା, ପୂର୍ଣ୍ଣଚନ୍ଦ୍ର ବାରିକ, ଶଙ୍କର୍ଷଣ ବିଶ୍ୱାଳ, ବକୁଳ ଦାସ, କାଳିପଦ ଯେନା, ସୁକୁମାର ଦଳେଇ, ଧନେଶ୍ୱର ସେଠୀ, ଶାନ୍ତନୁ ସିଂ, ରମେଶ ଚନ୍ଦ୍ର ସେଠୀ, ବିରଭଦ୍ର ଯତି ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଥିଲେ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଓ ବିଜେଡିକୁ ପରାସ୍ତ କରିବାକୁ ସିପିଆଇଏମ୍ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ । ଆସନ୍ତା ଅକ୍ଟୋବର ୧୯ ମତୋ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଚାଷୀ ମେଳିରେ ଯୋଗଦେବାକୁ ସମ୍ମିଳନୀରେ ନିଷ୍ପତ୍ତି ନେଇଥିଲେ । ଶେଷରେ ସିପିଆଇଏମ୍‌ର ବରିଷ୍ଠ ନେତା ଶଙ୍କର୍ଷର ବିଶ୍ୱାଳ ସିପିଆଇଏମ୍ ଧାମରା ବ୍ରାଞ୍ଚ ସଂପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.