Home ଜିଲ୍ଲା ପରିକ୍ରମା ଶେଷରେ ଗ୍ରାମବାସୀଙ୍କ ସ୍ୱପ୍ନ ଶତ ହେଲା, ବାଙ୍କତିରା-ତୁମ୍ଭାପଦି ଗାଁ କୁ ସ୍ଥାୟୀ ରାସ୍ତା ନିର୍ମାଣ ହେଲା

ଶେଷରେ ଗ୍ରାମବାସୀଙ୍କ ସ୍ୱପ୍ନ ଶତ ହେଲା, ବାଙ୍କତିରା-ତୁମ୍ଭାପଦି ଗାଁ କୁ ସ୍ଥାୟୀ ରାସ୍ତା ନିର୍ମାଣ ହେଲା

29

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଯେଉଁ ଗାଁକୁ ସ୍ତାୟୀ ରାସ୍ତାଟିଏ ନଥିଲା । ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ଉକ୍ତ ଗାଁ ବାସୀଙ୍କ ପାଇଁ ରାସ୍ତା ସାତ ସପନ ପାଲଟି ଥିଲା । ଇତିମଧ୍ୟରେ ଉକ୍ତ ଗାଁକୁ ଏମଜିଏନଆରଇଜିଏସ ଯୋଜନାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି । ସୂଚନା ଅନୁଯାୟୀ; କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନଥିଲା । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଥିଲା ।

ରାସ୍ତା ନିର୍ମାଣ ପୂର୍ବରୁ ଖରାଦିନକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦସଂକୁଳ ଥିଲା । ଚାରିଚକିଆ ଯାନ ଯିବା ପାଇଁ ରାସ୍ତା ଓସାରିଆ ନଥିଲା । ଦମକଳ କିମ୍ବା ଆମ୍ବୁଲାନ୍ସ ଆସିଲେ ଗାଁ ମଧ୍ୟକୁ ପ୍ରବେଶ କରି ପାରୁ ନଥିଲେ । ଗାଁ ରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସୁଥିଲେ । ଚଳିତ ବର୍ଷା ଋତୁ ରେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଯାଇ ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି କରୁଥିଲା । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଥିଲେ । ଗତ ୫ବର୍ଷ ମଧ୍ୟରେ ଭକ୍ତ ରାସ୍ତାରେ ପଂଚାୟତ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଂଚ ଭାଗୀରଥି ସେଠୀ,ସମିତି ସଭ୍ୟ ରମେଶ ପହି,ବିଷ୍ଣୁ ଦାସ ଏବଂ ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ ପ୍ରମୁଖ ବିଜେଡ଼ି ଦଳର କର୍ମୀଙ୍କ ନେତୃତ୍ୱରେ ସାଂସଦଙ୍କ ପାଣ୍ଠିରୁ ୨ଲକ୍ଷ, ବିଧାୟକ ପାଣ୍ଠିରୁ ୨ଲକ୍ଷ,ତିତିଲି ଅନୁଦାନରୁ ୩ଲକ୍ଷ,ଅମ୍ପନ ଅନୁଦାନରୁ ୧.୫ଲକ୍ଷ,ରାସ୍ତା ଏବଂ ପୋଲ କାର୍ଯ୍ୟର ରକ୍ଷଣାବେକ୍ଷଣ ବାବଦରେ ୫ଲକ୍ଷ ଖର୍ଚ୍ଚ ଆଦି ବିଭିନ୍ନ ଅନୁଦାନରେ ଏହି ରାସ୍ତା ମରାମତି ହେଇଥିଲେ ସୁଦ୍ଧା ସ୍ଥାୟୀ ରାସ୍ତାଟିଏ ହୋଇପାରୁନଥିଲା ।

ଅପରପକ୍ଷରେ ପଂଚାୟତକୁ ପ୍ରତିବର୍ଷ ଏସଏଫସି ଓ ସିଏଫସି ରୁ ୩୦ଲକ୍ଷରୁ ଉର୍ଦ୍ଧ ଅନୁଦାନ ରାଶି ଆସୁଥିଲେ ସୁଦ୍ଧା ସରପଂଚ ଉକ୍ତ ଗାଁ ରାସ୍ତା ନିର୍ମାଣ ପାଇଁ ଟଙ୍କା ଟିଏ ଅନୁଦାନ ଦେଇନଥିବା ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ ମଧ୍ୟ କରିଥିଲେ । ରବିନ୍ଦ୍ର ଦାସ,ଗୌତମ ମହାପାତ୍ର, କାଳନ୍ଦି ଗିରୀ, ସୁବାଷ ଗିରୀ, ପଦ୍ମନାଭ ଖଣ୍ଡା, ଶ୍ରୀଧର ବିଶ୍ୱାଳ, କାର୍ତ୍ତିକ ଗିରୀ, ଶଙ୍କର୍ଷଣ ଗିରୀ, ବସନ୍ତ ଗିରୀ, ତୁଷାର ମହାପାତ୍ର, ଅଭିମନ୍ୟୁ ଯେନା, ବାବାଜୀ ଯେନା, ହରିହର ଦାସ, ବାଦଲ ଦାସ ପ୍ରମୁଖ ଗ୍ରାମବାସୀ ତୁରନ୍ତ ଉକ୍ତ ରାସ୍ତା ମରାମତି କରାନଗଲେ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପରେ ରାଜ୍ୟ ବିଜେଡ଼ି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ପଂଚାୟତ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଂଚ ଭାଗିରଥି ସେଠୀ ,ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ,ସମିତି ସଭ୍ୟ ରମେଶ ପହି,ରବିନ୍ଦ୍ର ଦାସ,କାଳନ୍ଦୀ ଯେନା,ନରହରି ନାୟକ,ଜୀବନ ଜ୍ୟୋତି ମହାପାତ୍ର ,ଗୌତମ ମହାପାତ୍ର ପ୍ରମୁଖଙ୍କ ପ୍ରଚେଷ୍ଟା ଓ ପ୍ରଶାସନର ସହଯୋଗରେ ଉକ୍ତ ଗାଁକୁ ଏମଜିଏନଆରଇଜିଏସ ଯୋଜନାରେ ୫ ଲକ୍ଷ ଟଙ୍କା ମଂଜୁର କରାଯାଇ ରାସ୍ତା ନିର୍ମାଣ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.