Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

18

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ଜଗନ୍ନାଥ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ରଗ୍‌ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଳା ରଗ୍‌ବି ଫୁଟ୍‌ବଲ ଆସୋସିଏସନ୍ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ରାଜ୍ୟର ବିଭିନ୍ନ ଜିଲ୍ଳାରୁ ମୋଟ ୨୭ଟି ଟିମ୍ ଭାଗନେଇଥିଲେ । ଫାଇନାଲ୍‌ରେ ପୁରୁଷ ବର୍ଗର ଭୁବନେଶ୍ୱରର ଟିମ୍ ଚମ୍ପିୟାନ୍ ଓ କ୍ରିସ୍ ରନରସପ ହୋଇଥିଲା । ମହିଳା ବର୍ଗରେ କ୍ରିସ୍ ଟିମ୍ ଚମ୍ପିୟାନ୍ ଓ ଭୁବନେଶ୍ୱର ଟିମ୍ ରନରସପ ହୋଇଥିଲା । ଆଜି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ହସନାବାଦ୍ ପଂଚାୟତର ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଯୋଗଦେଇ ଚମ୍ପିୟାନ୍ ଓ ରନରସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାରେ ପୂର୍ବତନ ସରପଂଚ ଶରତମାଝୀଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ବିଜୟ କୁମାର ଦାସ, ପୂର୍ବତନ ସମିତିସଭ୍ୟ ରମେଶଚନ୍ଦ୍ର ପତି, ସମ୍ମାନିତ ଅତିଥିଭାବେ ରଗ୍‌ବିର ରାଜ୍ୟ ସମ୍ପାଦକ ଉପେନ୍ଦ୍ର ମହାନ୍ତି, ଜିଲ୍ଲା ସଭାପତି ଅନନ୍ତ ସାହୁ, ସମ୍ପାଦକ ଶ୍ରୀଧର ମହାଳିକ, କନ୍ଧମାଳ ଜିଲ୍ଳାସଭାପତି ଏମ୍‌ଡ଼ି ଜିଆଉଦ୍ଦିନ୍‌, ସମ୍ପାଦକ ସରୋଜ ପାଣିଗ୍ରାହୀ, ପୂର୍ବତନ ସରପଂଚ ଅତିଶ କୁମାର ନନ୍ଦ, ନାରାୟଣଚନ୍ଦ୍ର ପୃଷ୍ଟି, ବୃନ୍ଦାବନ ମହାନ୍ତି, ମାନଗୋବିନ୍ଦ ଦାସ, ନରସିଂହ ରାଉଳ, ସଂଜୟ ମିଶ୍ର, ପ୍ରମୋଦ ଆନ୍ଦିଆ ପ୍ରମୁଖ ଯୋଗଦେଇଥିଲେ । ସୂଚନା ଥାଉକି ଶନିବାର ଓ ରବିବାର ଦୁଇଦିନ ଧରି ଏହି ଖେଳ ଅନୁଷ୍ଠିତ ହୋଇଥିଲା । ପୁରୁଷ ବର୍ଗରେ ୧୮ଟି ଟିମ୍ ଓ ବାଳିକା ବର୍ଗରେ ୯ଟି ଟିମ୍ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.