Home ଜିଲ୍ଲା ପରିକ୍ରମା ସିପିଆଇଏମ୍ କମିଟି ପକ୍ଷରୁ ପ୍ରତିବାଦ ସଭା

ସିପିଆଇଏମ୍ କମିଟି ପକ୍ଷରୁ ପ୍ରତିବାଦ ସଭା

7

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନୀ ବଣ୍ଡର ଆମୂଳଚୂଳ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ କୋର୍ଟ ସମୟ ନେବାରୁ ତାର ପ୍ରତିବାଦରେ ଆଜି ଭଦ୍ରକ ଜିଲା ସିପିଆଇଏମ୍ କମିଟି ପକ୍ଷରୁ ଭଦ୍ରକର ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିପୂର୍ବରୁ ଜିଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ବହୁ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ମଳୟ ଭୋଇ, ନିରଂଜନ ପାଣି, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ଗିରିଧାରୀ ନାଥ ଓ ପ୍ରତାପ ସେଠୀ ପ୍ରମୁଖ ନିଜର ବକ୍ତବ୍ୟରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଯାଉଥିବାରୁ ଦେଶବାସୀ ଏକ ହୋଇ ପ୍ରତିବାଦ କରିବା ପାଇଁ ନିବେଦନ କରିଥିଲେ । ଦେଶବାସୀଙ୍କ ଉପରେ ଦରଦାମ ନିୟନ୍ତ୍ରଣ କରିବାରେ ଅକ୍ଷମ ସରକାର ଦେଶର ସରକାରୀ କଳ କାରଖାନାକୁ ବିକ୍ରି କରିଦେଉଥିବାବେଳେ ବେକାର ଯୁବକ ଯୁବତୀମାନଙ୍କୁ ଚାକିରୀ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ସବୁଠାରୁ ଅଧିକ ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଏସବିଆଇ ଉପରେ ଚାପ ସୃଷ୍ଟି କରିବା ଫଳରେ ଏସବିଆଇ ସୁପ୍ରିମକୋର୍ଟରେ ତଥ୍ୟ ପ୍ରଦାନ ନକରିବାରୁ ତାର ପ୍ରତିବାଦରେ ବିଜେପି ଓ ବିଜେଡି ବିରୁଦ୍ଧରେ ଏକ ହେବାକୁ ଦିବ୍ୟସିଂହ ନାୟକ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.