Home ଜିଲ୍ଲା ପରିକ୍ରମା ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବ ଦକ୍ଷତା ବିକାଶ କେନ୍ଦ୍ର, ଅସୁରାଳିରେ ରାଜ୍ୟର ୫ମ ୟୁନିଟ୍ ଉଦ୍‌ଘାଟିତ

ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବ ଦକ୍ଷତା ବିକାଶ କେନ୍ଦ୍ର, ଅସୁରାଳିରେ ରାଜ୍ୟର ୫ମ ୟୁନିଟ୍ ଉଦ୍‌ଘାଟିତ

4

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଧାମନଗର ବ୍ଲକ୍‌ର ଅସୁରାଳି ଠାରେ ଆଜି ରାଜ୍ୟର ୫ମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ମୁଖ୍ୟଅତିଥି ରୂପେ ଏହାକୁ ଉଦ୍‌ଘାଟନ କରିଥିଲେ । ଆୟୋଜିତ ସଭାରେ ବିଧାୟକ ଶ୍ରୀ ସୁରଜ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଆଜି ଦେଶର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ଏକ ବଡ ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଥିଲେ । ଅସୁରାଳିରେ ଆରମ୍ଭ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ଯୁବକ-ଯୁବତୀମାନେ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇପାରିବେ, ଯାହା ସମଗ୍ର ଭଦ୍ରକ ଜିଲା ପାଇଁ ଏକ ସ୍ମରଣୀୟ ଉପଲବ୍ôଧ ବୋଲି ସେ କହିଥିଲେ । ଏନଏସଡିସିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସଂଜୀବ ସିଂହ ଏହି ଉତ୍ସବରେ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ ସହ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ସୁଶ୍ରୀ ପାୟଲ ସଭାର ସଂଯୋଜନା କରିଥିବାବେଳେ ଅସୁରାଳି ସରପଞ୍ଚ ମିନତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨ ହଜାରରୁ ଉର୍ଦ୍ଧ୍ୱ ଯୁବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଶୋକ ପୁହାଣ, ବେଷ୍ଟର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନା, ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ମନୋରଂଜନ ମଲ୍ଲିକ, ଜିଲା ପରିଷଦ ସଭ୍ୟା ନନ୍ଦିତା ସ୍ୱାଇଁ, ଉମାମଣି ସାହୁ, ସରପଞ୍ଚ ମହେଶ୍ୱତା ମହାଳିକ, ଅନ୍ତର୍ଯ୍ୟାମୀ ପତି, ବୈକୁଣ୍ଠନାଥ ସାହୁ, ରାଜେନ୍ଦ୍ର ସାହୁ, ଅଜୟ ବଳ, ସଦାଶିବ ପୋଥାଳ, ଚତୁର୍ଭୁଜ ନାୟକ, ଉଷାକାନ୍ତ ନାୟକ, ବୁଦ୍ଧଦେବ ଜେନା, ସୁରଜ ସାହୁ, ଅରବିନ୍ଦ ପତି, ଶ୍ରୀକାନ୍ତ ନାୟକ, ଗୟାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.