Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌), ସିଟୁ, କୃଷକସଭା ପକ୍ଷରୁ ପ୍ରତିବାଦ ସଭା

ସିପିଆଇ(ଏମ୍‌), ସିଟୁ, କୃଷକସଭା ପକ୍ଷରୁ ପ୍ରତିବାଦ ସଭା

47

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକରେ ସିପିଆଇ(ଏମ୍‌), ସିଟୁ ଓ କୃଷକସଭା ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସାରା ଦେଶରେ ମୋଦି ସରକାରଙ୍କର ଜାତୀୟ ଶିକ୍ଷାନୀତିର ବାତିଲ କରିବା ଓ ଦେଶବାସୀ ଯେଉଁ କୃଷି ଓ ଶିଳ୍ପ ଉପରେ ନିର୍ଭର କରିଥାଆନ୍ତି, ଆଜି ମୋଦି ସରକାର ଅର୍ଡିନାନ୍ସ ବଳରେ ଯେପରି ଆଳୁ, ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକୀୟ ଆଇନ୍‌କୁ ବଦଳାଇ କର୍ପୋରେଟ୍ କଂପାନୀକୁ ଦେଉଛନ୍ତି ଓ ଆମ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପ, କଳକାରଖାନାକୁ ବିକ୍ରି କରି ଦେଉଛନ୍ତି, ସାରା ଦେଶର ଯୁବକ-ଯୁବତୀ କାମ ହରାଇ ବେକାର ହେଉଛନ୍ତି, ପ୍ରବାସୀ ଶ୍ରମିକ ଆଜି ଭୋକ ଓପାସରେ ଦିନ କାଟୁଛନ୍ତି । ଦରଦାମ ବୃଦ୍ଧି, ଡିଜେଲ-ପେଟ୍ରୋଲର ଦାମ ବୃଦ୍ଧି । ଆଜି ଦେଶରେ ରିର୍ଭ ବ୍ୟାଙ୍କ, ନିର୍ବାଚନ ସଂସ୍ଥା, ବିଚାର ବିଭାଗ, ସଂସଦ ଓ ବିଧାନସଭାର ସାର୍ବୋଭୌମତ୍ୱର ଗଣତାନ୍ତ୍ରିକ ବିଚାର ଆଜି ଧ୍ୱସ୍ତ ବିଧ୍ୱସ୍ତ ଅବସ୍ଥାରେ ପ୍ରତିବାଦ କରିଲେ ଜେଲ୍ ଓ ଜରିମାନା ମିଳୁଥିବାରୁ କରୋନା ମହାମାରୀରେ ଆମେ ଉବୁଟୁବୁ ହେଉଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ପ୍ରଚାରରେ ହାତି ଦେବି, ଘୋଡା ଦେବି କହି ଦେଶବାସୀଙ୍କୁ ଭୁଆଁ ବୁଲାଉଥିବାର ପ୍ରତିବାଦ କରାଯାଇଥିଲା । କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା, ଶ୍ରମଜୀବୀ ପରିବାରକୁ ମାସକୁ ୭୫୦୦ ଟଙ୍କା ଦେବା, ମାଗଣାରେ ମୁଣ୍ଡପିଛା ୧୦ କେଜି ଚାଉଳ, ୫ କିଲୋ ଗହମ, ୩ କିଲୋ ଡାଲି ଓ ମନରେଗାରେ ମୂଲିଆଙ୍କୁ କାମ ଦାବି କରି ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସନାତନ ଦାସ, ପ୍ରତାପ ସେଠୀ, ମଣ୍ଟୁ ମୁଣ୍ଡା, ସେକ୍ ସତାର, ସେକ୍ କମର, ରୋଜ ମୁଣ୍ଡା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରି ମୋଦି ସରକାର ଓ ନବୀନ ସରକାରଙ୍କ ଜନବିରୋଧୀ ନୀତିକୁ ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.