Home ଜିଲ୍ଲା ପରିକ୍ରମା ବନ୍ୟାଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି

ବନ୍ୟାଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି

49

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ କଂଗ୍ରେସ ପ୍ରତିନିଧିମଣ୍ଡଳୀ ଶନିବାର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ବୈତରଣୀ ନଦୀ ବନ୍ଧର କ୍ଷତିଗ୍ରସ୍ତ ସ୍ଥାନ ଆମ୍ବଗଡିଆ ଅଞ୍ଚଳ ଅନୁଧ୍ୟାନ କରିବା ସହ ବାଲିପୋଖରୀ ଏସକେପ ଅନୁଧ୍ୟାନ କରି ମଞ୍ଜରୀ, ନପଙ୍ଗ, ମାଳଦା ଓ ରହଣିଆ ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ବ୍ଲକରେ ବନ୍ୟାନିୟନ୍ତ୍ରଣ କାର୍ଯ୍ୟ କେବଳ ଠିକାଦାର ପୋଷଣରେ ସୀମିତ ରହିଛି ବୋଲି ତାଚ୍ଛଲ୍ୟ ପ୍ରକାଶ କରି ଯଥାଶିଘ୍ର ବିପନ୍ନଙ୍କ ପାଇଁ ପ୍ୟାକେଜ ଘୋଷଣା ଓ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଦଳର ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସ, ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସମେତ ସ୍ଥାନୀୟ ନେତାମାନେ ରାଜ୍ୟ ନେତୃବୃନ୍ଦଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.