Home ଜିଲ୍ଲା ପରିକ୍ରମା ଧାମନଗରର ନଦୀବନ୍ଧ ନିର୍ମାଣ ଦୁର୍ନିତୀ ହାଇକୋର୍ଟ ଷ୍ଟାଣ୍ଡିଂ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦେଉ:ତାରାପ୍ରସାଦ ବାହିନୀ ପତି

ଧାମନଗରର ନଦୀବନ୍ଧ ନିର୍ମାଣ ଦୁର୍ନିତୀ ହାଇକୋର୍ଟ ଷ୍ଟାଣ୍ଡିଂ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦେଉ:ତାରାପ୍ରସାଦ ବାହିନୀ ପତି

44

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ସରକାର ନଦୀବନ୍ଧ ନିର୍ମିଣ ଓ ସୁଦୃଢୀକରଣ ନାମରେ କୋଟି କୋଟି ଟଙ୍କା ମଂଜୁରୀ କରିଛନ୍ତି । ହେଲେ ପ୍ରକୃତପକ୍ଷେ ତାହା ସଦ୍ ବିନିଯୋଗ ନହୋଇ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ସଲାସୁତରାରେ ସରକାରୀ ଅର୍ଥ ହରିଲୁଟ ହେଉଛି । ଆଜି ଧାମନଗର ବନ୍ୟାଞ୍ଚଳ ଗ୍ରସ୍ତରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ବ୍ଲକର ଦଳାଙ୍ଗ ପଞ୍ଚାୟତ ଗେଙ୍ଗୁଟି ନଦୀବନ୍ଧର ମଳିକସାହି ଓ ତିଆଡିସାହି ଠାରେ ବର୍ଷା ଓ ବନ୍ୟା ପରେ ନଦୀବନ୍ଧରୁ ମାଟି ଧସିଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ଧସିଥିବା ନଦୀବନ୍ଧ ବୁଲି ଦେଖିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବାହିନୀପତି କହିଥିଲେ ଯେ, ଏହି ନଦୀବନ୍ଧ ସୁଦୃଢୀକରଣ ନାମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଚଳିତ ବର୍ଷ ଧାମନଗର ଅଂଚଳରେ ବଡ ଧରଣର ବନ୍ୟା ଆସିଥିଲେ ମଧ୍ୟ ନଦୀବନ୍ଧର କୌଣସି ସ୍ଥାନରେ ଘାଇ ହୋଇନଥିବା ସୂଚନା ମିଳିଛି । ହେଲେ ନିମ୍ନମାନର କାମ ଯୋଗୁଁ ବନ୍ୟା ଛାଡିବା ପରେ ଏଠାରେ ଯେଉଁ ପ୍ରକାର ବନ୍ଧରୁ ମାଟି ଧସିଲା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ନଦୀବନ୍ଧ ଧସିବା ପଛରେ ଏକ ବଡ ଧରଣର ଦୁର୍ନିତୀ ହୋଇଛି । ସଂପୃକ୍ତ ଠିକାଦାର ଓ ଜଳ ସେଚନ ବିଭାଗର ଅଧିକାରୀମାନେ ଏହି ଦୁର୍ନିତୀରେ ସଂପୃକ୍ତ ଅଛନ୍ତି । ତେଣୁ ଏହାର ସଠିକ ତଦନ୍ତ ପାଇଁ ହାଇକୋର୍ଟର ଜଣେ ଷ୍ଟାଣ୍ଡିଂ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ଦଳପକ୍ଷରୁ ଦାବି କରାଯାଉଛି ବୋଲି ଶ୍ରୀ ବାହିନୀପତି ସୂଚନା ଦେଇଛନ୍ତି । ସେହିପରି ଧାମନଗରରେ ଯେଉଁ ମହାବନ୍ୟା ହେଲା ବିନା ଘାଇରେ ହୋଇଛି । ଫଳରେ ଧନଜୀବନ ନଷ୍ଟ ହେବା ସହିତ ବହୁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବୈତରଣୀ ଓ ଗେଙ୍ଗୁଟି ନଦୀର ଏସକେପ ଯୋଗୁଁ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଣୁ ଏସବୁ ଏସକେପର ସୁଦୃଢୀକରଣ ନଚେତ ବନ୍ଦ କରାନଗଲେ ଆଗାମୀ ଦିନରରେ ଦଳ ପକ୍ଷରୁ ସରକାରଙ୍କୁ ଚାପ ପକାଇବେ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା ସୂଚନା ଦେଇଥିଲେ । ଏହି ଗ୍ରସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲା ସଭାପତି ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନଳିନିକାନ୍ତ ମହାନ୍ତି, ରାଜ୍ୟ ଓବିସି ସେଲ ଉପସଭାପତି ଅଭିଷେକ ରାଉତ, କଂଗ୍ରେସ ବିଧାନସଭା ନେତା ବିଦ୍ୟାଧର ଯେନା, ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ, ହୃଦାନନ୍ଦ ସେଠୀ, ରାମଚନ୍ଦ୍ର ଦାଶ, ନରେନ୍ଦ୍ର ମଲ୍ଲିକ, ପ୍ରସନ୍ନ ଧଳ, ଅରବିନ୍ଦ ନାୟକ, ପ୍ରମୋଦ ସ୍ୱାଇଁ, ରମେଶଚନ୍ଦ୍ର ବେହେରା, ସେକ ନିଜାମୁଦ୍ଦିନ, ରାଜକିଶୋର ସାହୁ, ଦେବାଶିଷ ପ୍ରସନ୍ନ ସାମଲ, ସଂଜୟ ମିଶ୍ର, ମାନସ ମହାପାତ୍ର, ପ୍ରଦୀପ୍ତ ଦାସ, କାଳନ୍ଦି ପଣ୍ଡା, ପ୍ରଭାତ ପଣ୍ଡା, ସୁଧୀର ଖଟୁଆ, ବୁଦ୍ଧିରାମ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.