Home ଜିଲ୍ଲା ପରିକ୍ରମା କୃତୀ ଛାତ୍ରୀ ସିପ୍ରା ହୋତାଙ୍କୁ ସମ୍ବର୍ଦ୍ଧିତ କଲା ବାରିକପୁର ବଜାର କମିଟି

କୃତୀ ଛାତ୍ରୀ ସିପ୍ରା ହୋତାଙ୍କୁ ସମ୍ବର୍ଦ୍ଧିତ କଲା ବାରିକପୁର ବଜାର କମିଟି

26

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁର ବଜାର ମା ବାସନ୍ତିଦୁର୍ଗା କମିଟି ଓ ଶ୍ରୀରାମଦୟା ପରିଷଦ ପକ୍ଷରୁ କୃତୀ ତଥା ଗବେଷକ ଛାତ୍ରୀ ସିପ୍ରା ହୋତାଙ୍କୁ ଶ୍ରୀରାମ ମନ୍ଦିର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ବାରିକପୁର ବଜାରର ନାମମାତ୍ର୍ର ବ୍ୟବସାୟୀ ରାଜେନ୍ଦ୍ର ହୋତା ଓ ମାତା ଗୃହିଣୀ ପଦ୍ମାବତୀଙ୍କ ଏକମାତ୍ର କନ୍ୟା ପ୍ରଥମରୁ ହିଁ ମେଧାବୀ ଛାତ୍ରୀଭାବେ ପରିଚିତି ଲାଭ କରିଥିଲେ । ବାରିକପୁର ବିଦ୍ୟାଳୟରୁ ବୃତ୍ତି ଲାଭ ସହ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ବାରିକପୁର ହାଇସ୍କୁଲରୁ କୃତିତ୍ୱର ସହ ମ୍ୟାଟ୍ରିକ ପାସ କରିଥିଲେ । ଭଦ୍ରକ ମହାବିଦ୍ୟାଳୟରୁ +୨ ବିଜ୍ଞାନ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ସହ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ସ୍ନାତକୋତ୍ତର ଶିକ୍ଷାରେ ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଥିଲେ । ଜୁନିଅର ରିସର୍ଚ୍ଚ ଫେଲୋସିପ, ଜାତୀୟ ପ୍ରବେଶିକା ସ୍କ୍ରିନିଂ ଟେଷ୍ଟ ପରୀକ୍ଷାରେ ସର୍ବଭାରତୀୟ ର‌୍ୟାଙ୍କ ହାସଲ କରି ବାଙ୍ଗାଲୋରସ୍ଥିତ ଭାରତୀୟ ଭୌତିକ ନକ୍ଷତ୍ର ବିଜ୍ଞାନ ପ୍ରତିଷ୍ଠାନରେ ପି.ଏଚଡି ହାସଲ ପାଇଁ ସମ୍ପ୍ରତି ଗବେଷଣାରେ ନିୟୋଜିତ ଅଛନ୍ତି କୃତୀ ଛାତ୍ରୀ ସିପ୍ରା । ବିଭୁ କୃପାକୁ ପାଥେୟ କରି ଭବିଷ୍ୟତରେ ବୈଜ୍ଞାନିକ ପେଷାରେ ନିୟୋଜିତ ହେବା ଆଶା ରଖିଥିବା ଛାତ୍ରୀ ସିପ୍ରା ନିଜର ସଫଳତାର ଶ୍ରେୟ ପିତା, ମାତା, ଶିକ୍ଷକ ପ୍ରେମାନନ୍ଦ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବଜାର କମିଟି, ରାମଦୟା ପରିଷଦକୁ ଦେଇ ଲକ୍ଷ୍ୟ ହାସଲ ପାଇଁ ଆଶ୍ରୀବାଦ ଭିକ୍ଷା କରିଛନ୍ତି । ନାମମାତ୍ର ବ୍ୟବସାୟୀର ପରିବାର କନ୍ୟାକୁ ଇପ୍‌ଷିତ ପଥରେ ଯାତ୍ରା କରିବାକୁ ଯେପରି ସଙ୍କଳ୍ପ ଗ୍ରହଣ କରିଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ବଜାର କମିଟି ସଭାପତି ବିଶ୍ୱନାଥ ପଣ୍ଡା, ସମ୍ପାଦକ ରାଜକିଶୋର ରାଉତ, ସଦସ୍ୟ ନାରାୟଣ ସ୍ୱାଇଁ, ଶଶିକାନ୍ତ ଜେନା, ଶ୍ରୀରାମଦୟା ପରିଷଦ ପକ୍ଷରୁ ଡାକ୍ତର ନିରଞ୍ଜନ ଓଝା ପ୍ରମୁଖ ଛାତ୍ରୀ ସିପ୍ରା ଓ ପିତାମାତାଙ୍କୁୁ ସମ୍ବର୍ଦ୍ଧିତ କରି ସହଯୋଗର ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.