Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଲାଲ ପତାକା ଉତ୍ତୋଳନ ଓ ସଭା

ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଲାଲ ପତାକା ଉତ୍ତୋଳନ ଓ ସଭା

15

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ୍‌) ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ମଇ ଦିବସ ପାଳନ ଅବସରରେ ଲାଲ ପତାକା ଉତ୍ତୋଳନ ଓ ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ରଦ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ବନ୍ଦ କରିବା, ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟ ମିଳିବା, ଶ୍ରମିକ ମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଆଦି ଦାବି ନେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ସିପିଆଇ(ଏମ୍‌) ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କାର୍ଯ୍ୟାଳୟ ଠାରେ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ ପତାକା ଉତ୍ତୋଳନ କରିଥିଲେ। ଭାଟସାହିରେ ଦିବ୍ୟସିଂହ ନାୟକ, ବନ୍ତଛକଠାରେ ଅଭିନ୍ନ ଚନ୍ଦ୍ର ରାୟ, କଚେରୀ ବଜାର ଠାରେ କାଳନ୍ଦୀ ପାତ୍ର ଓ ତିହିଡିରେ ବିଷ୍ଣୁ ଦାଶ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ। ଭଦ୍ରକ ରେଳଷ୍ଟେସନ ଶ୍ରମିକ ୟୁନିୟନ୍ କାର୍ଯ୍ୟାଳୟ ଠାରେ ପୂର୍ବତଟ ରେଳପଥ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସିଆଇଟିୟୁ ଜିଲା ସଭାପତି ଦିବ୍ୟସିଂହ ନାୟକ ପତାକା ଉତ୍ତୋଳନ କରିଥିଲେ।

ଜିଲା କମିଟି ପକ୍ଷରୁ ଏକ ଲାଲ ପଟୁଆର ବନ୍ତଛକ ଠାରୁ ବାହାରି ସହର ପରିକ୍ରମା କରି ଷ୍ଟେଟ୍ ବ୍ୟାଙ୍କ ଛକ ଠାରେ ଏକ ସାଧାରଣ ସଭା ହୋଇଥିଲା। ସନ୍ତୋଷ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ରାଧା ଦାସ, ଅବସରପ୍ରାପ୍ତ ପ୍ରଫେସର ଡଃ ପ୍ରହ୍ଲାଦ ପତି, ପ୍ରଭାସ ମହାପାତ୍ର, ବାମଦେବ ମିଶ୍ର, ନବକିଶୋର ବେହେରା, ପ୍ରତାପ ପଟ୍ଟନାୟକ, ମଳୟ ଭୋଇ, ପ୍ରଫୁଲ୍ଲ ପାଢୀ, ସିପିଆଇ (ଏମ୍‌) ଜିଲା କମିଟି ସଦସ୍ୟ ବିକାଶ ନାଥ, ଛାତ୍ରନେତା ଷ୍ଟାଲିନ୍ ଟିଟନ ଲେଙ୍କା, ବିନୋଦ ସାହୁ, ସେକ୍ ସନାଉଲ୍ଲା, କାଲୁ ଖାନ, ମଣ୍ଟୁ ମୁଣ୍ଡା, ସେକ୍ ସିକ୍ରୁ, ନିରଞ୍ଜନ ପାଣି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ଜିଲା ସଦର ମହକୁମା ଠାରେ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଏବଂ ସାଂସଦ ମଂଜୁଲତା ମଣ୍ଡଳ ପ୍ରମୁଖ ଯୋଗ ଦେଇ ଶିଶୁ ଶ୍ରମିକ ସଦସ୍ୟ ସହିତ ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ନେଇ ବିଶେଷ ଆଲୋଚନା କରିଥିଲେ। ଶେଷରେ ମୃତ, ଆହତ ଏବଂ ଅନ୍ୟ ଯୋଗ୍ୟ ଶ୍ରମିକ ତଥା ଶ୍ରମିକଙ୍କ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାହନ କରାଯାଇଥିଲା। ଏଥିସହ ଜିଲାର ସର୍ବବୃହତ୍ ଶିଳ୍ପ ସଂସ୍ଥା ଫେକର ଠାରେ ମଧ୍ୟ ଆଜିର ଏହି ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଥିଲା। ଆୟୋଜିତ ସଭାରେ ଶ୍ରମିକମାନଙ୍କ ତ୍ୟାଗ ଓ ନିଷ୍ଠା ଅତୁଳନୀୟ ଓ ଦେଶର ପ୍ରଗତି ପାଇଁ ଶ୍ରମିକଙ୍କ ଅବଦାନ ଅତୁଳନୀୟ ବୋଲି ଆଜିର ଦିନରେ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.