Home ଜିଲ୍ଲା ପରିକ୍ରମା ଜନ ଶୁଣାଣି ଶିବିରରେ ୫୮ ଟି ଅଭିଯୋଗ

ଜନ ଶୁଣାଣି ଶିବିରରେ ୫୮ ଟି ଅଭିଯୋଗ

28

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଇ ମାସର ପ୍ରଥମ ସୋମବାର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗ ଦେଇ ସମୁଦାୟ ୫୮ ଟି ଜନଅଭିଯୋଗର ଶୁଣାଣି କରିଥିଲେ। ଡି.ଆର୍‌.ଡ଼ି.ଏ.ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ। ସମୁଦାୟ ଅଭିଯୋଗ ମଧ୍ୟରୁ ୨ଟି ର ତତ୍‌କାଳ ସମାଧାନ କରାଯିବା ସହ ଅନ୍ୟ ଗୁଡ଼ିକର ସମାଧାନ ପାଇଁ ଉପସ୍ଥିତ ସଂପ୍ରୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ସମସ୍ତ ଅଭିଯୋଗ ମଧ୍ୟରେ ୩୮ଟି ବ୍ୟକ୍ତିଗତ ଓ ୨୦ ଟି ସାମୁହିକ ସମସ୍ୟା ଭିତ୍ତିକ ଥିଲା। ସରକାରୀ ଜାଗାରେ ବେଆଇନ୍ କୁକୁଡ଼ାଫାର୍ମ ନିର୍ମାଣ, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ନୂତନ ନିଯୁକ୍ତି ଉଚ୍ଚ ବିଦ୍ୟାପୀଠ ଦେଉପଦାକୁ ଜମି ହସ୍ତାନ୍ତର, ଦୋକାନ ଗୃହ ଉଚ୍ଛେଦ, ଅଙ୍ଗନବାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା, ବେଧଡ଼କ ବାଲି ଉଠାଣ, ଜଳ ନିଷ୍କାସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଠା ଜଳସେଚନ, ଆର୍ଥିକ ସହାୟତା, ଆଦର୍ଶ ବିଦ୍ୟାଳୟରେ ନାମ ଲେଖା, ମିଳିଥିବା ଘରର ଟଙ୍କା ଅନ୍ୟ ଆକାଉଣ୍ଟକୁ ଯିବା, ଯୌତୁକ ନିର୍ଯ୍ୟାତନା, ରାସ୍ତା, ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ସହାୟିକା ନିଯୁକ୍ତି, ଇନ୍ଦିରା ଆବାସ, ଘରୋଇ ଜାଗା ଉପରେ ବିଦ୍ୟୁତ୍ ତାର, ସାଳନ୍ଦୀ ସଂସ୍କାରରେ ବିସ୍ଥାପିତଙ୍କୁ ପ୍ରାପ୍ୟ ନମିଳିବା, ଖାଦ୍ୟ ସୁରକ୍ଷା ଓ ଘର, କାଳିଆ ଯୋଜନାରେ ସାମିଲ ହେବା, ଏମ୍‌.ଜି. ଏନ୍‌.ଆର୍‌.ଇ.ଜି.ଏ, ବିଜୁ ସ୍ୱାସ୍ଥ୍ୟ ବୀମା କଲ୍ୟାଣ ଯୋଜନାରେ ଚିକିତ୍ସା ପରେ ଫି ଦାବି କରାଯିବା ଆଦି ଅଭିଯୋଗ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା। ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ସି.ଏମ୍‌.ଆର୍‌.ଏଫ୍‌.ରୁ ଗୋଟିଏ ଏବଂ ରେଡ଼କ୍ରସରୁ ୨ଟି ଆବେଦନ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଗତ ହୋଇଥିଲା। ସୂଚନା ଯୋଗ୍ୟକି ଆସନ୍ତା ୯.୫.୨୦୨୨ ସୋମବାର ଦିନ ଧାମନଗର ବ୍ଲକରେ ଏହି ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.