Home ଓଡ଼ିଶା ବାଇକ ଦୁର୍ଘଟଣାରେ ୨ ଗୁରୁତର, ଜଣେ ମୃତ

ବାଇକ ଦୁର୍ଘଟଣାରେ ୨ ଗୁରୁତର, ଜଣେ ମୃତ

530

କୋଲାବିରା, ୯।୨ (ଓଡିଆ ପୁଅ/ନିଶିତ ବହିଦାର) ଶୁକ୍ରବାର ସଂଧ୍ୟା ୭ଟା ସମୟରେ ଏକ ବାଇକ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମତେ ବଡବାହାଲ ଅଏତାପଡାର ଗୋଲାପ ମାଝୀ (୩୨) ଏବଂ ଗହ୍ମାପାଲି ଗ୍ରାମର ମଂଟୁ ପଧାନ ନାମକ ଦୁଇଜଣ ରାଜମିସ୍ତ୍ରୀ ଏକ ବାଇକ ଯୋଗେ କୋଲାବିରାରୁ ସଉଦାକିଣି ନିଜଗ୍ରାମକୁ ଫରୁଥିବା ସମୟରେ କୋଲାବିରା ସନ୍ୟାସିପାଲି ଛକ ନିକଟରେ ସାଇକେଲ ନେଇ ଚାଲିଚାଲି ଯାଉଥିବା ସନ୍ୟାସିପାଲି ଗ୍ରାମର ପିତାମ୍ବର ମାଝୀଙ୍କ ସହିତ ଧକ୍କା ହୋଇଥିଲା ଫଳରେ ବାଇକରୁ ଗୋଲାପ ଦୁରକୁ ଛିଟିକି ପଡିଥିଲେ। ଏଥିରେ ଗୋଲାପଙ୍କ ମୁଣ୍ଡରେ ଯୋରରେ ଆଘାତ ଲାଗିଥିଲା। ପିତାମ୍ବରଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ମଂଟୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦମକଳ ବାହିନୀ ଦ୍ୱାରେ ସମସ୍ତ ଆହତଙ୍କୁ ତୁରନ୍ତ କୋଲାବିରା ଡାକ୍ତଖାନାକୁ ଅଣାଯାଇଥଜଲା ମାତ୍ର ସମସ୍ତଙ୍କ ଅବସ୍ତ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ତିନିଜଣଙ୍କ ମଧ୍ୟରୁ ଗୋଲାପଙ୍କ ଅବସ୍ଥ।ସଂକଟାପନ୍ନ ରହିଥିଲା ଏବଂ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ପହଂଚିବା ବେଳକୁ ତାଙ୍କର ମୃତ୍ୟ ହୋଇସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.