Home ଓଡ଼ିଶା ସାହିଯାତରେ ଦୁଲୁକିଲା ଶରଧାବାଲି

ସାହିଯାତରେ ଦୁଲୁକିଲା ଶରଧାବାଲି

140

ପୁରୀ, ୧୯/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସାହିଯାତରେ ଦୁଲୁକୁଛି ଶରଧାବାଲି। ଶ୍ରୀକ୍ଷେତ୍ର ମହୋତ୍ସବର ଦ୍ୱତୀୟ ସଂଧ୍ୟାରେ କାଳିକା ଦେବୀ ସାହି ପକ୍ଷରୁ ରାମଜନ୍ମ ଲୀଳା ପରିବେଷଣ କରାଯାଇଥିଲା। ଏହାଛଡା ହରଚଣ୍ଡୀସାହି ଏବଂ କାଳୀକାଦେବୀ ସାହି ପକ୍ଷରୁ ନାଗା ଏବଂ ମେଢ ନୃତ୍ୟ ପରିବେଷଣ କରାଯାଇଥିଲା। ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ରପକ୍ଷରୁ ଆସାମ ଲୋକ ନୃତ୍ୟ ବିହୁ ପରି୍ବେଷଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ ଉଦଘାଟନ କରିଥିଲେ। ସେ କହିଲେ କଳା ଓ ସଂସ୍କୃତିର ସହର ଶ୍ରୀକ୍ଷେତ୍ର। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଯାଗାଆଖେଡା ଓ ମଠ ମନ୍ଦିର ଗୁଡିକର ଭୂମିକା ପ୍ରଶଂସନୀୟ। ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନ୍ଦ୍ରନାଥ ସେନାପତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସେବକ ଭଗବାନ ସୁଆର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମହୋତ୍ସବ କମିଟି ସଭାପତି ସାହି ନାୟକ ନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବାବାଜୀ ମହାପାତ୍ର, କାର୍ଯ୍ୟକାରୀ ସଂପାଦକ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସମାଜସେବୀ ଚକ୍ରଧର ମହାପାତ୍ର, ସଂଗଠନ ସଂପାଦକ ଜଗନ୍ନାଥ ମହାପାତ୍ର ମଂଚରେ ଉପସ୍ଥିତ ଥିଲେ। ବୁଧବାର ମାର୍କେଣ୍ଡଶ୍ୱର ସାହି ଏବଂ କୁଣ୍ଢେଇବେଂଟ ସାହି ପକ୍ଷରୁ ପାରମ୍ପରିକ ସାହିଯାତ ପରିବେଷଣ କରାଯିବ। ଶ୍ରୀଜଗନ୍ନାଥ ସଂଗୀତ ମହାବିଦ୍ୟାଳୟ କଳାକାରମାନେ ଗୀତିନାଟ୍ୟ ମା ସିଂହବାହିନୀ ପରିବେଷଣ କରିବେ। ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମଣିପୁରୀ ଲୋକନୃତ୍ୟ ଥାଙ୍ଗଥା ପରିବେଷଣ କରାଯିବ। ୨୦ତାରିଖ ପର୍ଯ୍ୟନ୍ତ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ୧୯ତମ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ। ସାହିଯାତ ଦେଖିବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.