Home ଜିଲ୍ଲା ପରିକ୍ରମା ସାହିତ୍ୟ ପତ୍ରିକା ‘ଜଗତ୍ ଜନନୀ’ ର ପାର୍ବଣ ସଂଖ୍ୟା ୨୦୨୧ ଲୋକାର୍ପିତ

ସାହିତ୍ୟ ପତ୍ରିକା ‘ଜଗତ୍ ଜନନୀ’ ର ପାର୍ବଣ ସଂଖ୍ୟା ୨୦୨୧ ଲୋକାର୍ପିତ

24

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଆଧ୍ୟାତ୍ମିକ ନୁହେଁ, ମହାପାର୍ବଣର ପାରିବାରିକ ସାହିତ୍ୟ ପତ୍ରିକା, ଜଗତ୍ ଜନନୀର ପୂଜାସଂଖ୍ୟା ୨୦୨୧ ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ ଲୋକାର୍ପିତ ହୋଇଛି । ଏହି ଲୋକାର୍ପଣ ଉତ୍ସବରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପତ୍ରିକାର ସଂପାଦକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରବୀଣ ରାଜନେତା ନାଟ୍ୟକାର ସୁଧାକର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଭଦ୍ରକ ବିଧାକୟ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷିକେଶ ମଲ୍ଲିକ ମୁଖ୍ୟବକ୍ତା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡଃ. ହୁସେନ ରବି ଗାନ୍ଧି, ପତ୍ରିକାର ସହ ସଂପାଦିକା ସସ୍ମିତା ନନ୍ଦ, ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ, ନାଟକ, ଗୀତିନାଟ୍ୟ ଓ ଶିଶୁ ଗଳ୍ପ ରଚନା କ୍ଷେତ୍ରରେ ନାଟ୍ୟକାର ଶ୍ରୀ ନନ୍ଦଙ୍କ ଅନବଦ୍ୟ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବିଶେଷକରି ଶ୍ରୀ ନନ୍ଦଙ୍କର ମାନସ କନ୍ୟା ଏହି ପତ୍ରିକା ୧୫ ବର୍ଷରେ ପଦାର୍ପଣ କରିଥିବାରୁ ଅତିଥି ମାନେ ତାଙ୍କୁ ପ୍ରଶଂସା କରିଥିଲେ ।

ପ୍ରାରମ୍ଭରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂ ଅଭୟ ସୂତାର ମୁଖ୍ୟଅତିଥି, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଓ ଅଧ୍ୟାପିକା ଉଷାରାଣୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କବି ସତ୍ୟ ପ୍ରକାଶ ସେଠୀ, କବୟିତ୍ରୀ ଜାନକୀ ପାଢୀ ଓ ଅଧ୍ୟାପିକା ମମତା ଦାସ ସଂଚାଳନ କରିଥିବାବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଏହି ଅବସରରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନିର୍ମଳ ରାଉତ, କାନ୍ତ ସାହିତ୍ୟ ପରିଷଦ ଧାମନଗରର ସଂପାଦକ ସଚ୍ଚିକାନ୍ତ ପଣ୍ଡା, ସାମ୍ବାଦିକ ତଥା ସ୍ତମ୍ଭକାର ସୁଧାକର ଦାଶ, ସାହିତ୍ୟିକ ସାରଥୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କବି, ସାହିତ୍ୟିକ, ସାମ୍ବାଦିକମାନେ ଯୋଗ ଦେଇଥିଲେ । ଏହି ପତ୍ରିକାର ପରିଚାଳନା ସଂପାଦକ ତଥା ଶ୍ରୀ ନନ୍ଦଙ୍କ ସୁପୁତ୍ର ତାରାଶ୍ରୀ ରବି ତନୟା ନନ୍ଦ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.