Home ଜିଲ୍ଲା ପରିକ୍ରମା ପତ୍ନୀର ଚରିତ୍ରକୁ ସନ୍ଦେହ କରି ନିଜର ୪ବର୍ଷର ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା ପିତା

ପତ୍ନୀର ଚରିତ୍ରକୁ ସନ୍ଦେହ କରି ନିଜର ୪ବର୍ଷର ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା ପିତା

54

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ କାସିନ୍ଦପୁର ଗ୍ରାମର ଚନ୍ଦନ ମଳିକ ନିଜ ସ୍ତ୍ରୀକୁ ବାରମ୍ବାର ନିର୍ଯାତନା ଦେବା ଓ ନିଜ ୪ବର୍ଷ ଝିଅର ଯୌନାଙ୍ଗକୁ ଠାକୁର ଘରେ ଏକ ବ୍ଲେଟ ଦ୍ୱାରା କାଟିବା ଧାମନଗର ବ୍ଲକର ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ ଧୂଷୁରୀ ଥାନା ଅନ୍ତର୍ଗତ କାସିମପୁର ଗ୍ରାମର ନୃସିହ ମଳିକଙ୍କ ପୁଅ ଚନ୍ଦନ ମଳିକ ଗତକାଲି ରାତିରେ ନିଜର ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ତାକୁ ମାଡ଼ ମାରିବା ସହିତ ଏକ ଘରେ ତାଲାପକାଇ ରଖିଦେଇଥିଲେ । ପରବର୍ତ୍ତି ସମୟରେ ସ୍ତ୍ରୀ କୌଶଳକରି ଖସିଆସି ନିଜ ବାପାଙ୍କୁ ଏ ବିଷୟରେ କହିବା ପାରେ ଧୂଷୁରୀ ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳେ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ । ହେଲେ ପିଶାଚ ବାପା ଚନ୍ଦନ ମଳିକ ନିଜର ୪ବର୍ଷର ଝିଅକୁ ଏକ ଠାକୁର ଘରେ ଧାରୁଆ ଅସ୍ତ୍ର ଦ୍ୱାରା ତା’ର ଯୌନାଙ୍ଗକୁ କାଟିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁ କନ୍ୟା ଚିତ୍କାର କରିବାରୁ ଗ୍ରାମଲୋକ ଓ ପୋଲିସ କବାଟ ଭାଙ୍ଗି ପିତା ଚନ୍ଦନ ମଳିକଙ୍କୁ ଗିରଫ କରିବା ସହିତ ଗୁରୁତର ଅବସ୍ଥାରେ ଆହତ ହୋଇଥିବା ଶିଶୁ କନ୍ୟାକୁ ଭଦ୍ରକ ଡ଼ାକ୍ତରଖାନା ପଠାଇଥିଲେ । ଏ ସମ୍ପର୍କରେ ଚନ୍ଦନଙ୍କ ସ୍ତ୍ରୀ ଧୂଷୁରୀ ଥାନାରେ ଅଭିଯୋଗ କରିବାପରେ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ କେସ ନଂ ୨୫୦/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.