Home ଓଡ଼ିଶା ସାହିତ୍ୟରେ ଦେବଯାନୀ-ଅଏନାଙ୍କିତାଙ୍କୁ ବିଶ୍ୱସ୍ତରୀୟ ସମ୍ମାନ

ସାହିତ୍ୟରେ ଦେବଯାନୀ-ଅଏନାଙ୍କିତାଙ୍କୁ ବିଶ୍ୱସ୍ତରୀୟ ସମ୍ମାନ

103

ବାଲେଶ୍ୱର, ୧୮ା୮(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସ୍ୱାଧୀନତା ଦିବସ ଅବସରରେ ୱାର୍ଲ୍ଡ ମୋଷ୍ଟ ଏକ୍ଟିଭ୍ ରାଇଟର୍ସ ଫୋରମ ଓ ଗୁଜରାଟ ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଅନଲାଇନ୍ ସାହିତ୍ୟ-କବିତା ପ୍ରତିଯୋଗିତାରେ ବାଲେଶ୍ୱରର ଦେବଯାନୀ ଦାସ ତାଙ୍କ କନ୍ୟା ଅଏନାଙ୍କିତା ଦାସ ସମ୍ମାନିତ ହେବା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଛି। ଉଭୟ ଇଂରାଜୀ ଓ ହିନ୍ଦୀରେ କବିତା ତଥା ଗଳ୍ପ ଲେଖି ସେମାନେ ପୋର୍ଟାଲରେ ପୋଷ୍ଟ କରିଥିଲେ। ସେମାନଙ୍କ ସାହିତ୍ୟକୃତିକୁ ଅଧିକ ପାଠକୀୟ ସ୍ୱୀକୃତି ଓ ଶ୍ରଦ୍ଧା ମଳିଥିବା କାରଣରୁ ସେମାନେ ସମ୍ମାନିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ୱର ୮୦ ଗୋଟି ରାଷ୍ଟ୍ରରୁ ୩୫୦ ଜଣ ପ୍ରତିଭାବାନ୍ କବି ଓ ଲେଖକଙ୍କୁ ସମ୍ମାନିତ କରାଯାଇଛି। ତନ୍ମଧ୍ୟରୁ କେବଳ ଭାରତରେ ୧୦୫ ଜଣ ଥିବା ବେଳେ ଅନ୍ୟାନ୍ୟ ଦେଶରୁ ୨୪୫ ଜଣ ଥିବା ଜଣାପଡ଼ିଛି। ବାଲେଶ୍ୱର ମାଟିର ଝିଅ ଭାବେ ଦେବଯାନୀ ଓ ତାଙ୍କ କନ୍ୟା ଅଏନାଙ୍କିତାଙ୍କର ଏହି ସଫଳତାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦେବଯାନୀ ଦୀର୍ଘବର୍ଷ ଧରି ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ସାହିତ୍ୟରେ ସାଧନା ଜାରି ରଖିଥିବା ବେଳେ ଅଏନାଙ୍କିତା ମଧ୍ୟ ମାଆଙ୍କ ପଦାଙ୍କ ଅନୁସରଣ କରିଥିଲେ। ଉଭୟଙ୍କର ଲେଖାକୁ ଅଧିକ ପାଠକୀୟ ଶ୍ରଦ୍ଧା ମିଳଥିବା ଯୋଗୁଁ ତାଙ୍କୁ ସମ୍ମାନିତ କରାଯାଇଛି। ଅଏନାଙ୍କିତା ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.