Home ଓଡ଼ିଶା ରାସ୍ତା ସମସ୍ୟା ନେଇ ଅଭିନବ ପ୍ରତିବାଦ

ରାସ୍ତା ସମସ୍ୟା ନେଇ ଅଭିନବ ପ୍ରତିବାଦ

191

ହାଟଡ଼ିହି- ୧୮/୮ (ଓଡ଼ିଆ ପୁଅ/ ବିକାଶ ବିଶ୍ଵାଳ) ସାଧାରଣତଃ ଲୋକେ ନଦୀ ଏବଂ ପୋଖରୀ ରେ ଗାଧୋଇଥାନ୍ତି । କିନ୍ତୁ ଜାତୀୟ ରାଜପଥର ସର୍ଭିସ୍ ରୋଡ଼ରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଏହି କୃତ୍ରିମ ପୋଖରୀ ରେ ଗାଧୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ସଂଗଠନ ର କିଛି କର୍ମକର୍ତ୍ତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥର ଶାଳପଡା ସର୍ଭିସ୍ ରୋଡ଼ରେ । ଏହି ରାସ୍ତା ଦେଇ ପ୍ରତିଦିନ ସରକାରୀ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ମାନେ ଯାତାୟାତ କରିଥାନ୍ତି । ଏହି ରାସ୍ତା ଉପରେ ପଡୋଶୀ ଯାଜପୁର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାର ଲୋକ ମାନେ ନିର୍ଭର କରିଥାନ୍ତି । ଜାତୀୟ ରାଜପଥ କାମ ସାରି ଦେଇଛି କହି ଠିକା ସଂସ୍ଥା ଟୋଲ ଆଦାୟ କରି ଚାଲିଛି । କିନ୍ତୁ ଜାତୀୟ ରାଜପଥ ୨୦ ର ଅନେକ ସ୍ଥାନରେ ସର୍ଭିସ୍ ରୋଡ଼ କାମ ଅଧାପନ୍ତରିଆ ଭାବେ ରହିଥିବା ବେଳେ ଆଉ କେତେକ ସ୍ଥାନରେ ଗୋଟିଏ ଗୋଟିଏ ପାଖ ରାସ୍ତା କାମ ସରିନି । ଯାହା ଫଳରେ ବିଭିନ୍ନ ସମୟରେ ଦୂର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ବର୍ଷା ଯୋଗୁଁ ଶାଳପଡା ସର୍ଭିସ୍ ରୋଡ଼ରେ ହୋଇଥିବା ଖାଲରେ ଅଣ୍ଟାଏ ଲେଖାଏଁ ପାଣି ରହିଛି । ଯାହା ଫଳରେ ‘ମେ ଆଇ ହେଲ୍ପ ୟୁ କ୍ଲବ’ ର ସଦସ୍ୟମାନେ ଏହି କୃତ୍ରିମ ପୋଖରୀ ଗାଧୋଇ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.