Home ଜିଲ୍ଲା ପରିକ୍ରମା ସାହିତ୍ୟକଙ୍କ ବିୟୋଗରେ କାନ୍ତସାହିତ୍ୟ ପରିଷଦର ଶୋକସଭା

ସାହିତ୍ୟକଙ୍କ ବିୟୋଗରେ କାନ୍ତସାହିତ୍ୟ ପରିଷଦର ଶୋକସଭା

18

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କାନ୍ତସାହିତ୍ୟ ପରିଷଦ ପକ୍ଷରୁ ଆଜି ର୍ପୂବତନ ସମ୍ପାଦକ ବାଇଧର ଦାସଙ୍କ ବିୟୋଗରେ ଶୋକସଭା ଏପିଜେ ଅବଦୁଲକାଲାମ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାପତି ରସାନନ୍ଦ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବାଇଧର ଦାସ ଏକାଧାରରେ ଜଣେ ଶିକ୍ଷକ, ସାହିତ୍ୟିକ, କବି, ସାମ୍ବାଦିକ ଓ ଜଣେ ଦରଦୀ ମଣିଷ ଥିଲେ । ଧାମନଗର ରାମଦୟା ପରିଷଦ ଗଠନ ଦିଗରେ ତାଙ୍କ ପ୍ରମୁଖ ଭୂମୀକା ଥିଲା । ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ ବୋଲି ସଭାରେ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ପରିଷଦର ସମ୍ପାଦକ ଶଚିକାନ୍ତ ପଣ୍ଡାଙ୍କ ସମେତ ଶିକ୍ଷାବିତ୍ ମହେଶ୍ୱର ସ୍ୱାଇଁ, ନିରାକାର ଧଳ, ଅଭିମନ୍ୟୁ ମଲ୍ଲିକ, ପ୍ରଦୀପ ମହାପାତ୍ର, ହେମେନ୍ଦ୍ରନାଥ ମହାନ୍ତି, ମନୋଜ କୁମାର ଜେନା ଓ ସାମ୍ବାଦିକ ସରୋଜ କୁମାର ସେଠୀ ପ୍ରମୁଖ ଶ୍ରୀ ଦାଶଙ୍କ ସ୍ମୃତି ଚାରଣ କରି ତାଙ୍କର ଗୁଣାବଳୀ ବଖାଣି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.