Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତି ଭର୍ଚୁଆଲ ବୈଠକକୁ ବିରୋଧ, ଧାରଣାରେ ବସିବେ ସମତିସଭ୍ୟ, ସରପଞ୍ଚ ଓ ଜିଲ୍ଳାପରିଷଦ

ଧାମନଗର ପଂଚାୟତ ସମିତି ଭର୍ଚୁଆଲ ବୈଠକକୁ ବିରୋଧ, ଧାରଣାରେ ବସିବେ ସମତିସଭ୍ୟ, ସରପଞ୍ଚ ଓ ଜିଲ୍ଳାପରିଷଦ

23

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତିର ଶେଷ ବୈଠକ ଆସନ୍ତା ୨୪ତାରିଖରେ ଭର୍ଚୁଆଲ ମାଧ୍ୟମରେ କରାଯିବାପାଇଁ ନିଷ୍ପତି ହୋଇଥିବାବେଳେ ଏହି ବୈଠକକୁ କେତେକ ସରପଂଚ, ସମିତିସଭ୍ୟ ଓ ଜିଲ୍ଳାପରିଷଦ ସଭ୍ୟମାନେ ବିରୋଧ କରିଛନ୍ତି । ଆଜି ସନ୍ଧ୍ୟାରେ ଧାମନଗର ଜଳସେଚନ ଡ଼ାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତାବିତ ସମିତି ବୈଠକର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ଭର୍ଚୁଆଲ ମାଧ୍ୟମରେ କରାନଯାଇ ସିଧାଶଳଖ ବୈଠକ ଡ଼ାକିବାପାଇଁ ସେମାନେ ଦାବି କରିଥିଲେ । ଜିଲ୍ଳା ପରିଷଦସଭ୍ୟ ମନୋରଂଜନ ମଲ୍ଳିକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମର୍ଥିତ ସଂଖ୍ୟାଧିକ ସରପଂଚ ଓ ସମିତିସଭ୍ୟ ଧାମନଗର ପଂଚାୟତ ସମିତିରେ ବ୍ୟାପକ ଦୁର୍ନିତୀ ଏବଂ ବେଆଇନ୍ କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିବା ସହିତ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ବିରୁଦ୍ଧରେ ବିଷଦଗାର କରିଥିଲେ । ସୁଚନାଥାଉକି କରୋନା କଟକଣା ଆଳ ଦେଖାଇ ଏକବର୍ଷ ହେବ ପଂଚାୟତ ସମିତି ବୈଠକ ଡ଼ାକୁନଥିବାବେଳେ ବ୍ଲକ କଲୋନୀ ପରିସରରେ ଶତାଧିକ ଦଳୀୟକର୍ମୀ ଓ ସରକାରୀ ପଦାଧିକାରୀଙ୍କୁ ଭୋଜିଭାତ ଦେବାରେ କ’ଣ କରୋନା ଛୁଇଁନଥିଲା । ଏଣୁ ବ୍ଲକ କତ୍ତୃପକ୍ଷ ବ୍ଲକ ଦୁର୍ନିତୀର ପର୍ଦାଫାସ ହେବବୋଲି ଆଗୁଆ ସୁଚନା ପାଇ ଏପରି ଭର୍ଚୁଆଲ ମାଧ୍ୟମରେ ବୈଠକ କରିବା ପାଇଁ ନିଷ୍ପତି ନେଇଛନ୍ତି । ନିକଟରେ ଭଣ୍ଡାରିପୋଖରୀ, ଭଦ୍ରକ, ତିହିଡ଼ି, ଆଦି ପଂôଚୟତସମିତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଧାମନଗର କାହିଁକି ପଂଚାୟତସମିତି ବୈଠକ କରାନଯାଇ ଭର୍ଚୁଆଲ ମାଧ୍ୟମରେ କରାଯିବ ସେନେଇ ପ୍ରଶ୍ନ କରିଥିଲେ । ଯଦି ସିଧାଶଳଖ ପିଆରଆଇ ମେମ୍ବର ମାନଙ୍କ ଉପସ୍ଥିତିରେ ଏହି ବୈଠକ କରାନଯାଏ ତେବେ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସରପଂଚ ପ୍ରଫୁଲ ପାତ୍ର, ରାଜେନ୍ଦ୍ର ସାହୁ, ପ୍ରମୋଦ ସୁତାର, ଗୟାଧର ନାୟକ, ସମିତିସଭ୍ୟ ସୁବ୍ରତ ସାମଲ, ମିନାକ୍ଷୀ ଶତପଥି ସମେତ ବିଜେପିନେତା ଅରବିନ୍ଦ ପତି, ରାମଚନ୍ଦ୍ର ମିଶ୍ର, ବିଜୟଶଙ୍କର ନାୟକ, ଅଭୟ ମାଝୀ, ରାମଚନ୍ଦ୍ର ବେହେରା, ଓ ମିଡ଼ିଆସେଲର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.