Home କେନ୍ଦୁଝର ଏନଟିଏସ ପରୀକ୍ଷାରେ ଦେବୀପ୍ରସନ୍ନ ପଟ୍ଟନାୟକ ଦ୍ୱିତୀୟ

ଏନଟିଏସ ପରୀକ୍ଷାରେ ଦେବୀପ୍ରସନ୍ନ ପଟ୍ଟନାୟକ ଦ୍ୱିତୀୟ

51

ହାଟଡ଼ିହି, ୨୨ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାଟଡ଼ିହି ଗ୍ରାମର ଧବଳେଶ୍ୱର ପଟ୍ଟନାୟକ ଓ ମଧୁସ୍ମିତାଙ୍କ ପୁଅ ଦେବୀପ୍ରସନ୍ନ ପଟ୍ଟନାୟକ  ଏନ.ଟି.ଏସ (ନ୍ୟସନାଲ ଟ୍ୟାଲେଣ୍ଟ ସର୍ଚ୍ଚ) ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର ନବମ ଶ୍ରେଣୀର ଛାତ୍ର ଦେବୀପ୍ରସନ୍ନ ଅନଲାଇନ ଜରିଆରେ ଆୟୋଜିତ ପରୀକ୍ଷାରେ ସେ ୧୮ମିନିଟ ୨୦ ସେକେଣ୍ଡରେ ୩୦ନମ୍ବରରୁ ୨୯ନମ୍ବର ହାସଲ କରିଥିଲେ । ଏଥିପାଇଁ ତାଙ୍କୁ ୨୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ ଲାଗି ମଧ୍ୟ ଘୋଷଣା କରାଯାଇଛି । ଏହି ସଫଳତା ମିଳିବାପରେ ଆଜି ତାଙ୍କୁ ସେଣ୍ଟ ଜାଭିୟର ସ୍କୁଲ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ବର୍ଦ୍ଧନା ଦିଆଯାଇଛି । ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡି ବିରଞ୍ଚିପୁରର ପ୍ରତିଷ୍ଠାତା ଉଦୟନାଥ କର ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.