Home ଜିଲ୍ଲା ପରିକ୍ରମା ସାହସପୁର ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହରିଲୁଟ ନେଇ ବିଡିଓଙ୍କୁ ଦାବିପତ୍ର

ସାହସପୁର ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହରିଲୁଟ ନେଇ ବିଡିଓଙ୍କୁ ଦାବିପତ୍ର

16

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ସାହାସପୁର ପଂଚାୟତର ୨୦୧୭ ରୁ ୨୦୨୨ ବର୍ଷ ମଧ୍ୟରେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହରିଲୁଟ ହୋଇଥିବା ନେଇ ଆଜି ସ୍ଥାନୀୟ ଗ୍ରାମବାସୀମାନେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଏହି ପଞ୍ଚାୟତର ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବ୍ୟାପକ ଅନିୟମିତତା ହୋଇଥିଲା । ଏପରିକି ଜନୈକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏଠାରେ ସୂଚନା ଥାଉକି ଏହି ପଂଚାୟତରେ ଶହେରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥକୁ ଜାଲ୍ ଦସ୍ତଖତ କରାଇ ଟଙ୍କା ଉଠାଇ ନିଆଯାଇଛି । ଏ ନେଇ ଆରଟିଆଇ ତଥ୍ୟରେ ଜଣାଯିବା ପରେ ଏଭଳି ଦୁର୍ନୀତି ସଂପର୍କରେ ଆଜି ସାହସପୁର ଅଂଚଳର ବିଜୟ ସାହୁ, ରାଜେନ୍ଦ୍ର ପଲାଇ, ରତ୍ନାକର ବେହୁରିଆ, ମାନସ ସାଏନ୍ତଙ୍କ ସମେତ ଶତାଧିକ ଲୋକ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ବନବିହାରୀ ଧିନ୍ଦା ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.