Home ଜିଲ୍ଲା ପରିକ୍ରମା ବିଜେଡ଼ିର ପିସି କାରବାରକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ବିଜେଡ଼ିର ପିସି କାରବାରକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

20

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ବ୍ୟାପକ ପିସି କାରବାର ସାଙ୍ଗକୁ ଆବାସ ଯୋଜନରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ବୃଦ୍ଧି, ନାରୀ ନିର୍ଯାତନା ବୃଦ୍ଧି, ଚାଷୀ ମାରଣ ନୀତିର ଅବଲମ୍ବନ, ଟାଟା ପାୱାର କମ୍ପାନୀର ଖାଉଟୀ ମାରଣ ବିଜୁଳି ନୀତି ଆଦିକୁ ବିରୋଧ କରି ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଭଦ୍ରକ ବିଧାନସଭା କଂଗେସ ପକ୍ଷରୁ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘେରାଓ କରାଯାଇଥିଲା । ବିଜେଡ଼ି ସରକାରରେ ବ୍ଳକ ସ୍ତରରେ ୧୫ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ ଦିଆ ଯାଉଥିବା ୫୦ଲକ୍ଷ ଟଙ୍କା ସିଧା ସଳଖ ପଞ୍ଚାୟତକୁ ପ୍ରଦାନ କରାଯାଉ, ରାଜ୍ୟରେ ଖାଲି ପଡ଼ିଥିବା ୨ଲକ୍ଷ ୨୬ହଜାର ୫୫୯ଗୋଟି ପଦରେ ନିଯୁକ୍ତି କରାଯାଉ, ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଠାରୁ ଆରମ୍ଭ କରି ଲୁଣ ତେଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ବନ୍ଦ କରାଯାଉ, କୃଷିଜାତ ପଦାର୍ଥର ଅଭାବୀ ବିକ୍ରି ବନ୍ଦ କରିବା ସହ କଟ୍‌ନୀ ଛଟ୍‌ନୀ ବନ୍ଦ କରାଯାଉ, ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ଖୋଲାଯାଉ, ଟାଟା ପାୱାର କମ୍ପାନୀର ଖାଉଟୀ ମାରଣ ନୀତି ବନ୍ଦ କରିବା ଆବାସ ଯୋଜନାରେ ହିତାଧିକାର ଚୟନ କରିବାରେ ସ୍ୱଚ୍ଛତା ଅବଲମ୍ବନ କରିବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଧାରଣା ସ୍ଥଳରେ ବକ୍ତବ୍ୟ ରଖାଯାଇଥିଲା ।

ଭଦ୍ରକ ଜିଲ୍ଳାରେ ପିସି କାରବାର ଏତେ ପରିମାଣର ବୃଦ୍ଧି ପାଇଛି ଯେ ନିର୍ମାଣ ସରୁସରୁ ତାହା ଭୁଶୁଡ଼ି ପଡ଼ୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକାଳୀ ପୋଖରୀର ପାଚେରୀ ଓ ଏରଡ଼ା ପଞ୍ଚାୟତ ପୋଖରୀର ପାଚେରୀ ଭୁଶୁଡ଼ି ପଡ଼ିବା । ଯାହାକୁ କଂଗ୍ରେସ ତୀବ୍ର ବିରୋଧ କରିଛି । ପ୍ରଥମେ ଶହଶହ ସଂଖ୍ୟାରେ କଂଗ୍ରେସ ନେତା, କର୍ମୀ ଜିଲ୍ଳା କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ଏହି ବିକ୍ଷୋଭ ସଭାରେ ବ୍ଳକ କଂଗ୍ରେସ ସଭାପତି ଆଇନଜୀବୀ ପ୍ରଫୁଲ୍ଲ ସାମଲ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଳା ସଭାପତି ଅଶୋକ ଦାସ, ପଞ୍ଚାନନ ମଣ୍ଡଳ, ପ୍ରଦ୍ୟୁମ୍ନ କୁମାର ଦାସ, ଦେବେନ୍ଦ୍ର ମହାନ୍ତି, ଶର୍ମିଷ୍ଠା ପଣ୍ଡା, ପୀତବାସ ଧଳ, ଅବଦୁଲ୍ ମୋକିତ୍ ଖାଁ, ହେମନ୍ତ ମହାପାତ୍ର, ତନ୍‌ଭୀର ଖାଁ, ଜାହିଦ୍ ଶାହା, ଏନାମୁଲ ହକ୍‌, ଅସ୍‌ରଫ୍ ଅଲୀ ଖାଁ, ଗୟାଧର ସେଠୀ ପ୍ରମୁଖ ଭାଷଣ ଦେଇ ବିଜେଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ଜେନା, ରାଜନ ଲାହା, ବିଜୟ ବାରିକ, ସତ୍ୟ ପୁହାଣ, ଶଶୀକାନ୍ତ ଜେନା ପ୍ରମୁଖ ସଭା ପରିଚାଳନା କରିଥିଲେ । ଶେଷରେ ଛାତ୍ର କଂଗ୍ରେସ ଜିଲ୍ଳା ସଭାପତି ସେକ୍ ସାହିଲ କାଦ୍ରୀ ଧନ୍ୟବାଦ ଅର୍ପଣ କରିବା ପରେ ଏକ ପ୍ରତିନିଧି ଦଳ ଯାଇ ଭଦ୍ରକ ବିଡିଓଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.